ବିଜେଡ଼ି ସରକାରର ମୁଖା ଖୋଲିଲା ବିଜେପି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ଦେଲା ପ୍ରମାଣ
Khabar Odisha:bjp-gives-proof-of-pmay-scam-in-odisha
ଭୁବନେଶ୍ୱର, ଅକ୍ଟୋବର ୧୩ (ଖବର ଓଡ଼ିଶା):

ବାରମ୍ବାର ବିଜେଡ଼ି ସରକାର ବିରୋଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଭିଯୋଗ ଆଣୁଥିବା ବିଜେପି ଆଜି ପ୍ରମାଣ ଦେଇଛି । କେଉଁଠି କେଉଁଠି ସବୁ ଧନୀ ଏବଂ ବିଜେଡ଼ି କର୍ମୀଙ୍କୁ ଘର ମିଳିଛି ତାହାର ତଥ୍ୟ ସହିତ ପ୍ରମାଣ ଦେଇଛନ୍ତି ବିଜେପି ନେତା ଶାରଦା ପ୍ରଧାନ । କିଭଳିଭାବେ ଚାରି ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ପିଏମ୍‌ଏୱାଇ ମିଳିଛି ତାହା ଲୋକଲୋଚନକୁ ଆଣିଛନ୍ତି ।

ଶାରଦା ପ୍ରଧାନ ଦେଇଥିବା ପ୍ରମାଣରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ରାଜ୍ୟ ସରକାର କିଭଳି ଭାବରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ନିଜ ନାଁରା କରିଛନ୍ତି । ତାହାକୁ ନିଜ ଦଳୀୟ କର୍ମୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ମାହାଙ୍ଗାରେ ୪ ଜଣ ଧନୀ ବ୍ୟକ୍ତିଙ୍କୁ ମିଳିଛି ପ୍ରଧାନମନ୍ତ୍ର ଆବାସ ଯୋଜନାରେ ଘରେ, ଯେଉଁମାନେ ଆଦୌ ପାଇବାକୁ ଯୋଗ୍ୟ ନୁହଁନ୍ତି । କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ତ୍ରିଲୋଚନ ସ୍ୱାଇଁଙ୍କୁ ମିଳିଛି ଘର । ସେହିପରି ଗୋଟିଏ ଘରେ ଉଭୟ ବାପା ଓ ପୁଅ ମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି । ୨୦୦୨ ମସିହାରେ ବାପାଙ୍କୁ ପିଏମ୍‌ଏୱାଇରେ ଘର ମିଳିଥିବାବେଳେ ୨୦୧୪ରେ ପୁଅକୁ ପୁଣି ଘର ମିଳିଛି ।

ସେପଟେ ଆଇନ ମନ୍ତ୍ରୀ ପ୍ରତାପ ଜେନା ତ୍ରିଲୋଚନ ସ୍ୱାଇଁଙ୍କ ଚିହ୍ନି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି । ସେଭଳି କେହି ବ୍ୟକ୍ତି ଦଳର ସମ୍ପାଦକ ଅଛନ୍ତି ସେ ଜାଣି ନାହାଁନ୍ତି ବୋଲି କହିଛନ୍ତି । 

  • Tags:

Subscribe

National International State Sports Entertainment