ଖବର ଓଡିଶା : 06/03/2023:
ପୁଣି ବିବାଦରେ ନିଆଳି ବିଜେଡି ବିଧାୟକ ପ୍ରମୋଦ ମଲ୍ଲିକ । ସର୍ବସାଧାରଣରେ ଯୁବତୀଙ୍କୁ ଅସମ୍ମାନ କଲେ ବିଧାୟକ । ଯାହାର ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି | ସାଧାରଣରେ ପ୍ରଶ୍ନ ଜନନେତା ଙ୍କ ଏ କି ପ୍ରକାର ବ୍ୟବହାର ? କିଭଳି ଜଣେ ମହିଳାଙ୍କୁ କରୁଛନ୍ତି ଅସମ୍ମାନ | ଖୋଦ ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି କି ବିଜେଡି ସରକାର ସବୁବେଳେ ମହିଳାଙ୍କ ସମ୍ମାନ ପାଇଁ ତତ୍ପର ହେଲେ ତାଙ୍କରି ଦଳର ନେତା ହେଇ ପ୍ରମୋଦ ମଲ୍ଲିକ ଏକଥା କିଭଳି ଭୁଲିଯାଉଛନ୍ତି | ସୂଚନା ମୁତାବକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ସ୍ୱର୍ଣ୍ଣଲତା ମଲ୍ଲିକ ନାମକ ଜଣେ ଯୁବତୀ ପ୍ରଶ୍ନ କରିଥିଲେ । ସ୍ୱର୍ଣ୍ଣଲତାଙ୍କ ପ୍ରଶ୍ନ ଥିଲା " ଆପଣ ନିଆଳିରେ ବହୁ ବର୍ଷ ଧରି ବିଧାୟକ ଅଛନ୍ତି । ଆମ ଅଞ୍ଚଳର କ’ଣ ଉନ୍ନତିମୂଳକ କାମ କରିଛନ୍ତି ? ବାସ ଏତିକିରେ ରାଗି ଯାଇଥିଲେ ମାନ୍ୟବର ବିଧାୟକ । କ’ଣ ଟ୍ରେନିଂ ନେଇ ଆସିଛ ବୋଲି ବିଧାୟକ ପ୍ରମୋଦ ମଲ୍ଲିକ ପ୍ରଶ୍ନ କରିଥିଲେ । କେବଳ ସେତିକି ନୁହେଁ ତୋର ବୟସ ହୋଇନି, ତୋର ସାଧାରଣଜ୍ଞାନ ନାହିଁ ତୁ ପାଠଶାଠ ପଢିନୁ , ତୋର ଇଜ୍ଜତ ନାହିଁ ଏଭଳି ବହୁ କଥା କହି ଅସମ୍ମାନ କରିଥିଲେ ବିଧାୟକ । ନିଆଳି ବିଧାୟକଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ବିଧାୟକଙ୍କ ବ୍ୟବହାରକୁ ନେଇ ସାଧାରଣ ଲୋକ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ଜାହିର କରୁଛନ୍ତି । ବିଧାୟକ ଙ୍କ ବାରମ୍ବାର ଏପରି ବ୍ୟବହାର ପାଇଁ ଅତିଷ୍ଠ ହୋଇପଡିଲେଣି ଅଂଚଳବାସୀ |