ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ପୁଣି ଥରେ କଂଗ୍ରେସ ଆଡ଼ୁକ ଢଳୁଥିବା ପ୍ରତୀୟମାନ ହେଉଛି । କଂଗ୍ରେସ ଘର ବାହୁଡ଼ା କରିବାକୁ ସଙ୍କେତ ଦେଲେଣି । ତାଙ୍କ ପାଇଁ ଲୋକେ ଶ୍ରେଷ୍ଠ ଦଳ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଭୂପିନ୍ଦର ।
କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ଭୂପିନ୍ଦରଙ୍କ ମନ ଧିରେ ଧିରେ ପରିବର୍ତ୍ତନ ହେବା ଦେଖାଯାଉଛି । ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଯେଉଁ ଚିହ୍ନରେ ଛିଡ଼ା ହେଲେ ଲୋକେ ଭୋଟେ ଦେବେ କହୁଛନ୍ତି । ଏହାରି ମଧ୍ୟରେ କଂଗ୍ରେସକୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି । କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି । ବିଜେଡି ଠିକ୍ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ଆଗକୁ ବଢ଼ିଯିବା ଆଶଙ୍କା କରିଛନ୍ତି ଭୂପିନ୍ଦର । ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠାରୁ ପାଉ ନଥିବା କହିଛନ୍ତି ଭୂପିନ୍ଦର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଭୂପିନ୍ଦର ପ୍ରଥମେ କଂଗ୍ରେସ ଦଳରେ ବିଧାୟକ ଏବଂ ସାଂସଦ ରହିସାରିଛନ୍ତି । ୨୦୧୪ରେ ସେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୧୯ରେ ମଧ୍ୟ ବିଜେଡ଼ିରୁ ଟିକେଟ୍ ପାଇ ବିଧାୟକ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ବେଳେ ଦଳ ତାଙ୍କୁ ଅଣଦେଖା କରିଥିଲା । ତେବେ ବିଜେଡ଼ିରେ ବର୍ତ୍ତମାନ ପାଣ୍ଡିଆନ୍ ରାଜୁତି ଚାଲୁଥିବାବେଳେ ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ମଧ୍ୟ ତାର ପୁରୁଣା ନେତାଙ୍କୁ ପୁଣି ଥରେ ସ୍ୱାଗତ କରିବ ବୋଲି କହିସାରିଛି । ଯେଉଁମାନେ ପୁନର୍ବାର ଦଳକୁ ଫେରିବାକୁ ଚାହୁଁଛନ୍ତି ତାଙ୍କ ଦ୍ୱାରା ଖୋଲାଥିବାବା ଅନେକ ନେତା କହିଛନ୍ତି ।