ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ 11ଟା ସୁଦ୍ଧା 29.73% ମତଦାନ ହୋଇଛି । ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ଭୋଟ । ଅଧିକରୁ ଅଧିକ ଭୋଟର ମତଦାନ ପାଇଁ ପ୍ରେସମିଟ କରି ପଦ୍ମପୁର ବାସୀ ଙ୍କୁ ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟ ପୋଲିସ ବ୍ୟତୀତ ୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ସରିବା କ୍ଷଣି ପୋଲିଂ ପାର୍ଟିଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ୧୨ ଜଣ ଯୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ଟର ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ତଦାରଖ କରୁଛନ୍ତି ।
ମକ୍ ପୋଲ୍ ସମୟରେ ୪ଟି ବୁଥ୍ରେ ମତଦାନ ସମୟରେ ୪ଟା ବୁଥ୍ରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ୍ ସୁଦ୍ଧା ୪ଟା ବ୍ୟାଲଟ ୟୁନିଟ, ୩ଟା କଣ୍ଟ୍ରୋଲ ୟୁନିଟ, ୮ ଟା ଭିଭିପାଟ ରିପ୍ଲେସ କରାଯାଇଛି |