ସତ୍ୟକୁ ବିଚଳିତ କରାଯାଇପାରେ, ହେଲେ ପରାଜିତ ନୂହେଁ - ଏହି ଗୋଟିଏ ବାକ୍ୟ ଏବେ ଭାରି ପଡୁଛି କଂଗ୍ରେସ ଉପରେ
Khabar Odisha:Truth-may-be-troubled-not-defeated-tweeted-Sachin-Pilot
ନୂଆଦିଲ୍ଲୀ, ଜୁଲାଇ ୧୫( ଖବର ଓଡ଼ିଶା):

ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଥିବା ଅଭିଯୋଗରେ ସଚିନ ପାଇଲଟଙ୍କୁ ଡେପୁଟି ସିଏମ ଏବଂ ରାଜ୍ୟ ସଭାପତି ପଦରୁ ହଟାଇ ଦିଆଯାଇଛି । ଏହା ଉପରେ ସଚିନ୍ ପାଇଲଟ୍ ଟ୍ୱିଟ୍ କରିଛନ୍ତି ଯେ 'ସତ୍ୟକୁ ବିଚଳିତ(ହଇରାଣ) କରାଯାଇପାରେ, ହେଲେ ପରାଜିତ ନୂହେଁ' ସମଗ୍ର ପ୍ରସଙ୍ଗରେ ସଚିନ ପାଇଲଟଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ ପ୍ରତିକ୍ରିୟା | ମଙ୍ଗଳବାର ଦିନ ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ ପାଇଲଟଙ୍କୁ ତାଙ୍କ ପଦରୁ ହଟାଇବା ନେଇ ଘୋଷଣା କରିଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି 'ସତ୍ୟକୁ ବିଚଳିତ(ହଇରାଣ) କରାଯାଇପାରେ, ହେଲେ ପରାଜିତ ନୂହେଁ' ବୋଲି କହିଥିବା ଦୁଇ ନେତା କଂଗ୍ରେସରୁ ବିଦାୟ ଦେଇଛନ୍ତି, ସଚିନଙ୍କ ଏହି ଟ୍ୱିଟରେ ମଧ୍ୟ ଅନେକ ଅର୍ଥ ରହିଛି । ଏହାପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଆଦିତି ସିଂ ଟ୍ୱିଟ୍ ରେ ମଧ୍ୟ ଏହା ଲେଖା ଯାଇଥିଲା । ଜ୍ୟୋତିରାଦିତ୍ୟ ସମାନ ଏହି ବାକ୍ୟଟିକୁ ଲେଖି ନଥିଲେ ମଧ୍ୟ ତାଙ୍କ ବାକ୍ୟରେ ମଧ୍ୟ ଏହି ଉକ୍ତିଟିର କିଛି ପରିମାଣରେ ମେଳ ଖାଉଛି ହେଲେ କଂଗ୍ରେ ଦଳ ବିରୁଦ୍ଧରେ ବୟାନ ଦେଇ ବହିଷ୍କାର ହୋଇଥିବା ଉତ୍ତରପ୍ରଦେଶ ରାୟବରେଲି ବିଧାୟିକା ଆଦିତି ସିଂହ ମଧ୍ୟ ଅବିକଳ ଏହି ସମାନ ବାକ୍ୟଟିକୁ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଥିଲେ ।

ବର୍ତ୍ତମାନ ସଚିନ ପାଇଲଟଙ୍କୁ ତାଙ୍କ ପଦରୁ ମୁକ୍ତ କରାଯାଇଛି ଏବଂ ଏହା ପୂର୍ବରୁ ହିଁ ସେ କଂଗ୍ରେସ ବିରୁଦ୍ଧରେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ବର୍ତ୍ତମାନ ଏହା ଉପରେ ନଜର ରଖିଛି ଏବଂ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ଅଶୋକ ଗେହଲୋଟ୍ ଏକ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହୋଇପାରନ୍ତି |

  • Tags:

Subscribe

National International State Sports Entertainment