ଶୋଇଛନ୍ତି ରାଜ୍ୟ ସରକାର, ଷ୍ଟାଣ୍ଡି କମିଟିର ସୁପାରିଶ ଶୁଣିଲେନି ବର୍ଷାରେ ଭୁବନେଶ୍ୱର ବେହାଲ- ସାଂସଦ ଅପରାଜିତା ଷଡଙ୍ଗୀ
Khabar Odisha:The-state-government-is-asleepBhubaneswar-Behal-in-the-rain-Aparajita-Sadangi

ଭୁବନେଶ୍ୱର,ସେପ୍ଟେମ୍ବର ୧୩(ଖବର ଓଡ଼ିଶା): ୨୧ ବର୍ଷ ହେଲା ଶୋଇଛନ୍ତି ରାଜ୍ୟ ସରକାର । ପାର୍ଲିଆମେଣ୍ଟ ଷ୍ଟାଣ୍ଡି କମିଟିର ସୁପାରିଶ ମଧ୍ୟ ଶୁଣିଲେନି । ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷତକୁ ଭରଣା କରିବା ପାଇଁ ସାଧାରଣ ମରାମତି କରି ବସି ପଡିଛନ୍ତି ବିଏମସି ଅଧୀକାରି । ଏବେ ଲଗାଣ ବର୍ଷାରେ ଏହାର ପରିଣାମ ଭୋଗୁଛନ୍ତି ରାଜଧାନୀ ବାସୀ । ଗତ ଦୁଇ ଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଭୁବନେଶ୍ୱରରେ ସେପ୍ଟେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ୧୯୫ ମିମି ବର୍ଷା ହୋଇ ଗତ ୬୩ ବର୍ଷର ରେକର୍ଡ ଭାଙ୍ଗିଛି । ଏପରି ସ୍ଥଳରେ ରାଜଧାନୀର ବିଭିନ୍ନ ତଳିଆ ଅଞ୍ଚଳରେ ଜଳ ବନ୍ଦି ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ଏହାର ପରିଦର୍ଶନ କରି ରାଜ୍ୟ ସରକାର ଏବଂ ବିଏମସି ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

 pic.twitter.com/MBzOeHP1FO

 ସେ କହିଛନ୍ତି ଯେ ପାର୍ଲିଆମେଣ୍ଟ ଷ୍ଟାଣ୍ଡି କମିଟିର ସୁପାରିଶ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଭୁବନେଶ୍ୱରର ଡ୍ରେନେଜ୍ ଅବସ୍ତା ସୁଧାରିବା ପାଇଁ କୌଣସି ମାଷ୍ଟର ପ୍ଲାନ କରାଗଲା ନାହିଁ । ଏହା ସହିତ ସେ କହିଛନ୍ତି ଯେ ସେ ନିଜେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏହା ସହିତ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମକୁ ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଜାଗାର ମରାମତି ପାଇଁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଏପର୍ଯ୍ୟନ୍ତ କୌଣସି ପ୍ରକାର କାମ କରଯାଇ ନାହିଁ ଏବଂ ଏହି ଟଙ୍କାରେ କଣ କାମ ହୋଇଛି ତାହାର ଶ୍ୱେତପତ୍ର ସେ ଦାବି କରିଛନ୍ତି। pic.twitter.com/Lzd3LueFwf

 ଏହା ସହିତ ସେ କହିଛନ୍ତି ବର୍ଷା ପରେ ସେ ରାଜଧାନୀର ବିବିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଭୁବନେଶ୍ୱର ରେଲୱେ ଷ୍ଟେସନ ନିକଟରେ ପାଣି ଜମି ରହିଥିବା ନେଇ ସେ କ୍ଷୋବ ପ୍ରକାଶ କରିଥିଲେ । ଏହି ସମୟର ଦୃଶ୍ୟ ମଧ୍ୟ ସେ ଟ୍ୱଟି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

  • Tags:

Subscribe

National International State Sports Entertainment