ଆସନ୍ତା ୧୮ ତାରିଖରେ ରାଜ୍ୟର ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ । ୯ ଦଫା ଦାବିରେ ବ୍ଲକ ଘେରାଉ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ରାଜ୍ୟରେ ୨୪ ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଷ୍ଟିଆ କାମ କରି ନାହାଁନ୍ତି । ଯୋଜନା ପରେ ଯୋଜନା ଯୋଜନା ଘୋଷଣା ହେଉଛି ହେଲେ ନିର୍ବାଚନ ପରେ ବନ୍ଦ ହୋଇ ଯାଉଛି । ତେବେ କଂଗ୍ରେସର ଦାବି ଗୁଡିକ ହେଲା, ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ ହେଉ ।
ପାୱାର କଟ୍ ବନ୍ଦ ହେଉ , ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ହେଉ । ରାଜ୍ୟର ବେକାର ଯୁବକଙ୍କୁ ଚାକିରୀ ଦିଆଯାଉ । ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ । ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯାଉ । ଦର ଦାମ ବୃଦ୍ଧିକୁ ତୁରନ୍ତ କମ କରନ୍ତୁ ।
ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ , ଜଳ ସେଚନ ଓ ଜଳ ବିଦ୍ୟୁତ କ୍ଷେତ୍ରରେ ଯାହା ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି । ବିଜେଡି ସରକାରରେ ମହାନଦୀରେ ଗୋଟିଏ ବ୍ୟାରେଜ ବି ହୋଇ ନାହିଁ । ରାଜ୍ୟରେ ଶିଳ୍ପର ବିକାଶ ହୋଇନାହିଁ । ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି ।