ଖବର ଓଡିଶା : 27/02/2023:
ଆଜି ବିଧାନସଭା ଶୂନ୍ୟକାଳରେ ପୁଣି ଥରେ ଉଠିଲା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ପ୍ରି ପ୍ଲାନଡ ମର୍ଡର। ବିଜେପି କହୁଛି ସିବିଆଇ,କିନ୍ତୁ ଆମେ କହୁଛୁ ଏସଆଇଟି ତଦନ୍ତ ହେଉ ।
ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି ଯାହା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ହେଉଛି ତାହା ଲୋକଙ୍କୁ ସନ୍ତୁଷ୍ଟ କରୁନାହିଁ । ଗୋପାଳ କେବଳ ପାଗଳ କି ନୁହେଁ ତାର ମାନସିକ ଅବସ୍ଥା କିପରି ଥିଲା କେବଳ ତାହା ହିଁ ତଦନ୍ତ ହେଉଛି କିନ୍ତୁ ସେ ମନ୍ତ୍ରୀ ନବଦାସ ଙ୍କୁ କାହିଁକି ମାରିଲା ତାହା ଏଯାଏଁ ତଦନ୍ତ ହେଉନି । ଏ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତଦନ୍ତ ପ୍ରକ୍ରିୟାର ସମସ୍ତ ତଥ୍ୟ ଟାଇମ ଟୁ ଟାଇମ ବିଧାନସଭାରେ ଉପସ୍ଥାପନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଧାୟକ ତାରା ବାହିନୀ ପତି ।