ଆରମ୍ଭ ହେଲା ବିଜେପିର ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ । ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରେନ୍ଦେଶ୍ୱରି, ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ ସିଂ ତମାର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଜିଲ୍ଲା ସଭାପତି, ପଦାଧିକାରୀ ଉପସ୍ଥିତ ରହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ତଥା ଚାଷୀ ସମସ୍ୟା ନେଇ ମଧ୍ୟ କାର୍ଯ୍ୟକାରୀଣୀ ବୈଠକରେ ଆଲୋଚନା କରାଯିବ । ସେହିପରି ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀରେ ସ୍ଥାନ ପାଇଥିବା ବିଷୟ ଗୁଡିକ ଉପରେ ଆଲୋଚନା କରାଯିବା ସହ 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିବାବେଳେ 22 ତାରିଖ ରେ ରେ ହୋଟେଲ ପଦ୍ମଜାରେ ବୈଠକ ବସିବ ।