ବରିଷ୍ଟ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ, ଦୁଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Khabar Odisha:The-Prime-Minister-mourned-the-death-of-senior-Congress-leader-Oscar-Fernandez

ନୂଆଦିଲ୍ଲୀ, ସେପ୍ଟେମ୍ବର (ଖବର ଓଡ଼ିଶା): ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଓସ୍କାର ଫର୍ଣ୍ଣାଣ୍ଡିଜ୍‌ଙ୍କ ଦେହାନ୍ତ । ୮୦ ବର୍ଷ ବୟସରେ ଏହି ବରିଷ୍ଟ କଂଗ୍ରେସ ନେତାଙ୍କ ଦେହାନ୍ତରେ କଂଗ୍ରେସରେ ଏକ ଅପୂରଣୀୟ କ୍ଷତି ହୋଇଛି ।

ଓସ୍କାର ଫର୍ଣ୍ଣାଣ୍ଡିଜ୍ ଗାନ୍ଧୀ ପରିବାରର ବେଶ୍ ବିଶ୍ୱସ୍ତ ଥିବା ବେଳେ ଜଣେ ସୁଦକ୍ଷ ରାଜନେତା ମଧ୍ୟ ଥିଲେ । ଯାହାକୁ ନେଇ ବିରୋଧିଙ୍କ ସହିତ ମଧ୍ୟ ତାଙ୍କର ବେଶ୍ ଭଲ ସମ୍ପର୍କ ରହିଆସିଛି ।

ଓସ୍କାରଙ୍କ ଦେହାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଖ ପ୍ରକାଶ କରିଛନ୍ତି । ଟ୍ୱିଟ କରି ଅମର ଆତ୍ମର ସଦଗତି କାମନା କରିବା ସହି ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

୧୯୪୧ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ ଓସ୍କାର ଫର୍ଣର୍ାଣ୍ଡିଜ୍ । ଦୀର୍ଘ ଦିନ ଧରି ଅସୁସ୍ଥ ରହିଆସିଥିଲେ । ମାତ୍ର ଆଜି ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଆଉ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଓସ୍କାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment