ବିଜେପୁର ଲଢେଇ: ଆସନ୍ତାକାଲି ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ, କରିବେ ରୋଡ଼ ଶୋ’
Khabar Odisha:State-Odisha-Bijepur-bypoll-Dharmendra-pradhan-will-go-for-Prachar
ଭୁବନେଶ୍ୱର, ଅକ୍ଟୋବର ୧୦(ଖବର ଓଡ଼ିଶା):

ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଂଚି ଏକ ସାଧାରଣ ସଭାରେ ଯୋଗଦେବେ । ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ଶୋ ରେ ସାମିଲ ହେବେ । 

କେନ୍ଦ୍ରମନ୍ତ୍ରୀ ପ୍ରଧାନ ରୋଡ ଶୋ ମାଧ୍ୟମରେ ବିଜେପୁରବାସୀଙ୍କୁ ସନତଙ୍କ ପାଇଁ ଭୋଟ ମାଗିବେ । ଏହି ରୋଡ ଶୋ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

ସେହିପରି ଅପରାହ୍ନ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଜନମାନସଙ୍କୁ ସମ୍ବୋଧିତ କରିବେ ବୋଲି ଗୋଲକ ମହାପାତ୍ର କହିଛନ୍ତି ।

  • Tags:

Subscribe

National International State Sports Entertainment