ଆଜି ପୁଣି ସିଧାସଳଖ ତୀର ମାରିଲେ ସୌମ୍ୟ । ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥା ଉପରେ କଡା ପ୍ରତିକ୍ରିୟା ରଖି ସୌମ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସିଏମ୍ଓ ରାଜ୍ୟସାରା ବୁଲୁଥିବା ପ୍ରଶ୍ନରେ ସୌମ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି ବୋଲି ସେ ପଚାରିଛନ୍ତି । ସେ କେବଳ ଭିଡିଓ ବାର୍ତ୍ତାରେ କହିବେ ମୁଁ ୟାଙ୍କୁ ପଠାଉଛି ବୋଲି. ମୁଁ ସେହି କଥା କହିଛି..ଆତ୍ମବିଭୋର ପ୍ରଶାସକ..ଅସହାୟ ରାଜନେତା.. ହେଲେ ସେକଥାର ଉତ୍ତର କେହି ଦେଉ ନାହାନ୍ତି । ଏପରିସ୍ଥଳରେ ନେତାମାନେ କାହିଁକି କହୁନାହାନ୍ତି... ସେମାନେ ଅସହାୟ, ତାଙ୍କ ଦ୍ୱାରା ଶାଗ ସିଝିବନି ।
ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି । କେବଳ ଜଣେ ଲୋକ ଅଛି, ତା ଉପରେ ସବୁ ଅଠା ଛିଡ଼ିଛି ?’ ସିଏମ୍ଓରୁ ଆଉ କିଏ ଯାଇଛି, ସେହି ଗୋଟିଏ ଲୋକ କଣ ସବୁ ବୁଝୁଛି । ୫ଟି ସଚିବ କ’ଣ ସେଇ ଗୋଟିଏ ଲୋକ ? ସରକାର, ଲୋକଙ୍କ କଥା ବୁଝୁଛି?’ ଏହା ସାଧାରଣ ଜନତାଙ୍କ ପାଇଁ ଏକ ଅପମାନଜନକ କଥା ନୁହେଁ କି ବୋଲି ସେ କହିଛନ୍ତି । ସୌମ୍ୟ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି ଯାହାର କିଛି ଦୁର୍ବଳତା ଥାଏ, କିମ୍ବା ଲୁଚାଇବାକୁ ଥାଏ ତାଙ୍କୁ ହିଁ ବ୍ଲାକମେଲ ଡର ଥାଏ । ମୋ ଲେଖୁଥିବା ସମ୍ପାଦକୀୟରେ ଦଳର କଲ୍ୟାଣ ହେବ ସିନା ଅମଙ୍ଗଳ ହେବ ନାହିଁ ।
ଦଳ ଏତେ ଶକ୍ତିଶାଳୀ, ଦଳ କାହାକୁ ଡରୁଛି। ବିଜୁ ଜନତା ଦଳ ୨୫ ବର୍ଷ ଧରି ନିରଙ୍କୁଶ କ୍ଷମତା ପାଇଛି । ଓଡ଼ିଶାବାସୀଙ୍କ ଏଭଳି କ୍ଷମତା, ସମର୍ଥନ, ସଦ୍ଦିଚ୍ଛା ପାଇବା ପରେ କିଛି ଏପରି କରିବା ଉଚିତ ନୁହେଁ, ଯଦ୍ୱାରା ଛୋଟ ଛୋଟ ଅଭିଯୋଗ ଆସିବ । ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ ଦେଇଛନ୍ତି ସୌମ୍ୟ । ତୃତୀୟ ମହଲାରେ ଗୋଟିଏ ଦଳୀୟ ଅଫିସ୍ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଦରମାଭୋଗୀ ସଚିବମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି କି ? ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାକୁ ସମୟ ଦେଉଛନ୍ତି କି? ଦଳ ସୁପ୍ରିମୋଙ୍କୁ ପରାମର୍ଶ ଦେବା ଅସୁବିଧା କି? ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ ବୋଲି ସେ କହିଛନ୍ତି । ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ ।