ଯେତେବେଳେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି । ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପୋଷ୍ଟରଲଢେଇ ଦେଖିବାକୁ ମିଳିଛି । ଏବିଭିପି ଓ ବିସିଜେଡି ପକ୍ଷରୁ ଏହି ପୋଷ୍ଟର ୱାର ଆରମ୍ଭ ହୋଇଛି ।
ଖବର ଅନୁଯାୟୀ ,ବିଶ୍ୱବିଦ୍ୟାଳୟ କାନ୍ଥରେ ଲାଗିଥିବା ଏକ ପୋଷ୍ଟରରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିଛି । ଏହି ପୋଷ୍ଟରରେ ଲେଖା ଅଛି, ବିଜୁ ଛାତ୍ର ଜନତା ଦଳ, ଉତ୍କଳ ବିଶ୍ୱବିଦ୍ୟାଳୟ । ଏଥିସହ ଆହୁରି ମଧ୍ୟ 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଲେଖା ଅଛି । ଯାହାକୁ ତୀବ୍ର ବିରୋଧ କରିଛି ଏବିଭିପି ।ଯେଉଁଥିରେ ହରେକୃଷ୍ଣ ମହତାବ, ଉତ୍କଳ ଗୌରବ ମଧୁସୂଦନ ଦାସ, ସରଳା ଦେବୀ, ବୀର ସୁରେନ୍ଦ୍ର ସାଏ, ଫକୀର ମୋହନ ସେନାପତିଙ୍କ ଫଟୋ ରହିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମରାଯାଇଛି ଏହି ପୋଷ୍ଟର । ସେପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି, ଆମେ ସବୁ ମହାପୁରୁଷ ମାନଙ୍କୁ ସମ୍ମାନ ଦେଉ। କିନ୍ତୁ 5T ସଚିବଙ୍କୁ କାଳି ମାଡକୁ ବିରୋଧ କରି ଷ୍ଟିକର ମରାଯାଇଥିଲା ବୋଲି ଛାତ୍ର ବିଜେଡି କହିଛି ।
ଘୋଷଣା ହେଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ନୂଆ ଟିମ୍