କଙ୍ଗନାଙ୍କୁ ଗାଳି ଦେଇ ମିଳିଲା ପଦୋନ୍ନତି, ସଞ୍ଜୟ ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦେଲା ଶିବସେନା
Khabar Odisha:Sanjay-Raut-appointed-chief-spokesperson-of-Shiv-Sena
ମୁମ୍ୱାଇ, ସେପ୍ଟେମ୍ବର ୦୮ (ଖବର ଓଡ଼ିଶା):

ଶିବସେନା ମଙ୍ଗଳବାର ଦିନ ନିଜ ଦଳର ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି । ଏ ସମ୍ପର୍କରେ ଶିବସେନା ପକ୍ଷରୁ ସୂଚନା ଦିଆଯାଇଛି । ରାଉତ ମଧ୍ୟ ଶିବସେନାର ମୁଖପତ୍ର 'ସାମାନା'ର କାର୍ଯ୍ୟନିର୍ବାହୀ ସମ୍ପାଦକ ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ କଙ୍ଗନା ରାନାୱତ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କାଶ୍ମୀର ସହିତ ତୁଳନା କରିବା ପରେ ସଞ୍ଜୟ ରାଉତ ଏବଂ ଅଭିନେତ୍ରୀ କଙ୍ଗନାଙ୍କ ମଧ୍ୟରେ ପ୍ରବଳ ବାକଯୁଦ୍ଧ ଜାରି ରହିଛି ।

ଶିବସେନା ମଙ୍ଗଳବାର ଦିନ ଏକ ବିବୃତି ଜାରି କରି କହିଛି ଯେ ସଞ୍ଜୟ ରାଉତଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ବ୍ୟତୀତ ଲୋକସଭା ସଦସ୍ୟ ଅରବିନ୍ଦ ସାୱନ୍ତ ଏବଂ ଧର୍ଯ୍ୟଶୀଳ ମାନେ, ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ, ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ, ଅନିଲ ପାରାବ, ଗୁଲାବରାଓ ପାଟିଲ, ବିଧାୟକ ସୁନୀଲ ପ୍ରଭୁ ଏବଂ ପ୍ରତାପ ସାରନାକ, ମୁମ୍ବାଇ ମେୟର କିଶୋରୀ ପେଡନେକର ଏବଂ ବରିଷ୍ଠ ନେତା ନୀଲମ ଗୌହରଙ୍କୁ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।

  • Tags:

Subscribe

National International State Sports Entertainment