ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ : ସୋସିଆଲ ମିଡ଼ିଆରେ ଭିଡିଓ ଭାଇରଲ
Khabar Odisha:Rahul-Gandhi-Hitches-Truck-Ride-On-Highway
ଖବର ଓଡିଶା : 23/05/2023:

ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ରାହୁଲଙ୍କୁ ଅଧିକ ସମୟ ସାଧାରଣ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଛି । ଭାରତଯୋଡ ଯାତ୍ରା ପରେ ରାହୁଲ ଏବେ ଗ୍ରାଉଣ୍ଡରେ ଅଧିକ ନଜର ଆସୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ରାହୁଲଙ୍କୁ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଗତ ସୋମବାର ମଧ୍ୟ ରାହୁଲଙ୍କୁ ସେଭଳି କିଛି ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋମବାର ରାତିରେ ରାହୁଲ ନିଜର ଦାମୀ ଗାଡି ବଦଳରେ ଟ୍ରକରେ ଯାତ୍ରା କରିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି । ରାହୁଲ ହଠାତ୍ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ ଯାତ୍ରା କରିଥିଲେ । କଂଗ୍ରେସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଟ୍ରକ ଡ୍ରାଇଭରଙ୍କ ସମସ୍ୟା ବାବଦରେ ଅବଗତ ହେବା ପାଇଁ ରାହୁଲଙ୍କର ଏହି ଟ୍ରକ୍ ଯାତ୍ରା ଥିଲା । ତେବେ ଏହା ରାହୁଲଙ୍କର କୌଣସି ସ୍ଥିରୀକୃତ କାର୍ଯ୍ୟକ୍ରମ ନଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରାହୁଲ ଗାନ୍ଧୀ ସିମଲା ଯାଉଥିଲେ । ଯେଉଁଠି ତାଙ୍କ ଭଉଣୀଙ୍କ ସମେତ ପୂରା ପରିବାର ଅଛନ୍ତି ।  

Subscribe

National International State Sports Entertainment