ପଶ୍ଚିମବଙ୍ଗ: ବିଜେପି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲେ ନିର୍ବାଚନ ଆୟୋଗ
Khabar Odisha:Politics-West-Bengal-BJP-state-president-Dilip-Ghosh-convoy-attacked-in-Coochbehar

କୋଲକାତା, ଏପ୍ରିଲ ୦୮ (ଖବର ଓଡ଼ିଶା): ପଶ୍ଚିମବଙ୍ଗର ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଗାଡ଼ି ଉପରକୁ କୁଚବିହାରରେ ଆକ୍ରମଣ ହୋଇଥିବା ଖବର ଆସିଛି । ଦିଲୀପ ଘୋଷଙ୍କ ଗାଡ଼ି ଉପରେ ଶୀତଲକୁଚୀରେ ଆକ୍ରମଣ କରାଯାଇଛି । ଦିଲୀପ ଘୋଷ ଫେସବୁକ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରାଯାଇଛି । ଭିଡିଓରେ ଘୋଷ ହେଲମେଟ ପିନ୍ଧିଥିବା ଦେଖାଯାଉଛନ୍ତି । ଏହି ଆକ୍ରମଣରେ ଦିଲୀପ ଘୋଷ ଯେଉଁ କାରରେ ବସିଥିଲେ, ଏହାର କାଚ ଭାଙ୍ଗିଯାଇଛି । ଆକ୍ରମଣକୁ ନେଇ ଟିଏମ୍‌ସି ଉପରେ ଅଭିଯୋଗ ଆସିଛି । ମାତ୍ର ଆଶ୍ୱସ୍ତିର କଥା ଯେ, ଦିଲୀପ ଘୋଷ ଆଘାତ ପାଇ ନାହାନ୍ତି । ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗ ରାଜ୍ୟ ପ୍ରଶାସନକୁ ୨୪ ଘଣ୍ଟା ଭିତରେ ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି । 

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଜାରି ରହିଛି । ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ରାଜ୍ୟରେ ଆହୁରି ୫ଟି ପର୍ଯ୍ୟାୟର ମତଦାନ ହେବ । ବିଧାନସଭା ନିର୍ବାଚନ ଜାରି ଥିବା ବେଳେ ନେତାଙ୍କ ଉପରକୁ ଆକ୍ରମଣ ନୂଆ କଥା ନୁହେଁ । ନିକଟରେ ପୂର୍ବତନ କ୍ରିକେଟର ଓ ମୋୟନା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଶୋକ ଡିଣ୍ଡାଙ୍କ ଉପରେ ଆକ୍ରମଣ ହୋଇଥିଲା । ପୂର୍ବ ମେଦିନାପୁରର ମୋୟନାରେ ନିର୍ବାଚନ ପ୍ରଚାର ସମୟରେ ଡିଣ୍ଡାଙ୍କ କାର ଉପରେ ଲାଠିମାଡ଼ ହୋଇଥିଲେ । କିଛି ଲୋକ ଡିଣ୍ଡାଙ୍କ କାର ଉପରକୁ ପଥରମାଡ଼ ମଧ୍ୟ କରିଥିଲେ । ଅଶୋକ ଡିଣ୍ଡା ଆଘାତ ହୋଇଥିଲେ । ତାଙ୍କର କାର ବ୍ୟାପକ ଭାବେ କ୍ଷତି ହୋଇଥିଲା । କେବଳ ସେତିକି ନୁହେଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା

 

  • Tags:

Subscribe

National International State Sports Entertainment