ବିଜେପିର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀଙ୍କୁ କରିବେ ସମ୍ବୋଧନ
Khabar Odisha:Politics-Nation-PM-Narendra-Modi-to-address-party-workers-on-BJPs-Foundation-Day-today

ନୂଆଦିଲ୍ଲୀ, ଏପ୍ରିଲ ୦୬ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଷ୍ଠା ଦିବସ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ବିଜେପିର ୪୧ତମ ପ୍ରତିଷ୍ଠା ଦିବସରେ ମୋଦୀ ପାର୍ଟିକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ପରାମର୍ଶ ଦେବେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍‌ଣ ୧୦ଟା ୩୦ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । 

ସୂଚନାଯୋଗ୍ୟ, ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଜାରି ରହିଛି । ବିଜେପିର ପ୍ରତିଷ୍ଠା ଦିବସ ଅବସରେ ବୁଥ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦଳୀୟ ନେତାମାନେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରରେ ୱେବିନାର ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ । 

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟି ୧୯୫୧ ମସିହାରେ ଭାରତୀୟ  ଜନ ସଂଘ ଭାବେ ପ୍ରତିଷ୍ଠା ହୋଇଥିଲା ।  ସ୍ୱର୍ଗତଃ ଶ୍ୟାମ ପ୍ରସାଦ ମୁଖ୍ୟାର୍ଜୀଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା । ପରେ ଏହା ୧୯୭୭ରେ ବିଭିନ୍ନ ଦଳ ସହିତ ଜଡ଼ିତ ହୋଇଯାଇଥିଲା । ପୂର୍ବରୁ ଏହା ଜନତା ପାର୍ଟି ନାଁରେ ମଧ୍ୟ ଜଣା ଥିଲା । ବର୍ଷ ୧୯୮୧ ମସିହା ଆଜିର ଦିନ (ଏପ୍ରିଲ ୬)ରେ  ସଂପୂର୍ଣ୍ଣ ଭାବେ ବିଜେପିର ରୂପ ନେଇଥିଲା । 

 

  • Tags:

Subscribe

National International State Sports Entertainment