ବେଙ୍ଗାଲୁରୁରେ ମଧ୍ୟପ୍ରଦେଶର ରାଜନୀତି, ୨୧ ବିଧାୟକଙ୍କୁ ବୁଝାଇବାକୁ ପହଞ୍ଚିଲେ ଦିଗବିଜୟ ସିଂହ
Khabar Odisha:Politics-Madhya-Pradesh-congress-leader-Digvijaya-Singh-reached-Bengaluru-to-meet-rebels-MLA

ବେଙ୍ଗାଲୁରୁ, ମାର୍ଚ୍ଚ ୧୮ (ଖବର ଓଡ଼ିଶା): ମଧ୍ୟପ୍ରଦେଶରେ ଜାରି ଥିବା ରାଜନୈତିକ କଳହ ବେଙ୍ଗାଲୁରୁ ପହଞ୍ଚିଛି । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦଳର ୨୧ ଜଣ ବିଦ୍ରୋହୀ ବିଧାୟକଙ୍କୁ ବୁଝାଇବା ପାଇଁ ବୁଧବାର ଭୋର ସକାଳୁ ବେଙ୍ଗାଲୁରୁ ପହଞ୍ଚିଛନ୍ତି । ସହରର ରାମଦା ହୋଟେଲରେ ବିଦ୍ରୋହୀ ବିଧାୟକମାନେ ଅଛନ୍ତି । ସେମାନଙ୍କୁ ଭେଟିବା ପାଇଁ ଦିଗବିଜୟ ଯେତେବେଳେ ହୋଟେଲର ବାହାରକୁ ପହଞ୍ଚିଥିଲେ । ସେ ହୋଟେଲର କଡ଼ା ସୁରକ୍ଷା ଯୋଗୁଁ ଭିତରକୁ ପ୍ରବେଶ କରିପାରି ନଥିଲେ । ଏଥି ପାଇଁ ସେ ହୋଟେଲ ନିକଟରେ ଧାରଣାରେ ବସିଥିଲେ ।     

ଏଠାକୁ ଆସିବା ନେଇ ଦିଗବିଜୟ ସିଂହ କହିଛନ୍ତି, ମୁଁ ମଧ୍ୟପ୍ରଦେଶରୁ ରାଜ୍ୟସଭା ଆଶାୟୀ ପ୍ରାର୍ଥୀ । ମାର୍ଚ୍ଚ ୨୬ରେ ଭୋଟିଂ ହେବ । ମୋର ବିଧାୟକଙ୍କୁ ଏଠାରେ ବନ୍ଧକ ରଖାଯାଇଛି । ସେମାନେ ମୋ ସହ କଥା ହେବାକୁ ଚାହୁଁଛନ୍ତି । କିନ୍ତୁ ସେମାନଙ୍କ ଫୋନକୁ ଛଡାଇ ନିଆଯାଇଛି । ମୋତେ ସେମାନଙ୍କ ସହ କଥା ହେବାକୁ ସୁଯୋଗ ଦେଇନାହିଁ । ବିଧାୟକଙ୍କ ସୁରକ୍ଷା ପ୍ରତି ବିପଦ ଅଛି । 

ସେଠାରୁ ବାହାର କରିବାକୁ ଉଦ୍ୟମ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ବେଙ୍ଗାଲୁରୁରେ ପହଞ୍ଚିବା ପରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କୁ ଭେଟିଥିଲେ । ଏହା ପରେ ଦିଗବିଜୟ ସିଂହ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ବିଦ୍ରୋହୀ ବିଧାୟକଙ୍କୁ ଭେଟିବା ଲାଗି ହୋଟେଲ ଯାଇଥିଲେ । 

ଏହାରି ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନଙ୍କ ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣୀ ହେବ । ବିଜେପି ବିଧାନସଭାରେ ଶକ୍ତିପରୀକ୍ଷା କରିବାକୁ ଆବେଦନ କରିଥିଲା । 

 

  • Tags:

Subscribe

National International State Sports Entertainment