ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ଗୁଜରାଟର ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଆମ ଆଦମୀ ପାର୍ଟି ପୂରା ବଳ କଷୁଛି । କିନ୍ତୁ ଆପ୍ର ପ୍ରାର୍ଥୀ ଜଗମଲ ୱାଲା ମଦ ପିଇବାକୁ ନେଇ ଏମିତି ବୟାନ ଦେଇଛନ୍ତି, ଯେଉଁଥିରେ କି ଆପ ଏବେ ଲୋକଙ୍କର ଟାର୍ଗେଟକୁ ଆସିଛି ।
ଏକ ଭାଇରାଲ ଭିଡିଓରେ ଆପ ନେତା କହୁଛନ୍ତି ଯେ, ମଦ ପିଇବା ଖରାପ ନୁହେଁ । ଯଦି ଆପଣଙ୍କ ପାଖରେ ପାୱାର ଅଛି ତାହେଲେ ଯେତେ ପିଇବାକୁ ଚାହିଁବେ ପିଇପାରିବେ । ଡାକ୍ତର, ଆଇଏଏସ, ଆଇପିଏସ ମଦ ପିଅନ୍ତି । ପାର୍ଟି ନିଜର ପ୍ରାର୍ଥୀଙ୍କ ବୟାନ ପରେ ତାଙ୍କୁ ଅଲଗା କରିଦେଇଛି ।
ପାର୍ଟି ସୂତ୍ରରୁ ଜଣାପଡ଼ିଛି ଯେ, ପାର୍ଟିର ଆପ ପ୍ରାର୍ଥୀ ଜଗମଲ ୱାଲାଙ୍କ ବୟାନକୁ ସମର୍ଥନ କରାଯାଉ ନାହିଁ । ପ୍ରାର୍ଥୀ ଜଗମଲ ୱାରା ଦ୍ୱାରା ଜନସଭାରେ ଦିଆଯାଇଥିବା ବୟାନ ଦ୍ୱାରା ପାର୍ଟି ଦୁଃଖ ପ୍ରକାଶ କରୁଛି । ଆପ ନେତାଙ୍କର ଏହି ବୟାନ ପରେ ଅନ୍ୟ ରାଜନୈତିକ ଦଳମାନେ ଆକ୍ରୋଶ ଦେଖାଯାଇଛନ୍ତି । ବିଜେପି କହିଛି ଯେ, ଏହା ସେହି ପାର୍ଟି, ଯେଉଁ ଦଳ ଦିଲ୍ଲୀରେ ମଦନୀତି ବଦଳାଇଛି ଏବଂ ଗୁଜରାଟ ବିରୋଧୀ ।