ମମତା ବାନାର୍ଜୀଙ୍କୁ ପୁଣି ମିଳିଲା ଶକ୍ତ ଝଟକା, ପଦ୍ମ ଧରିଲେ ତୃଣମୂଳ କଂଗ୍ରେସର ୫ ବରିଷ୍ଠ ନେତା
Khabar Odisha:Politics-Five-leaders-of-Trunamula-Congress-joins-BJP-in-front-of-senior-leader-Amit-Shah

ନୂଆଦିଲ୍ଲୀ, ଜାନୁଆରୀ ୩୧ (ଖବର ଓଡ଼ିଶା): ପଶ୍ଚିମବଙ୍ଗରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଦଳ ଟିଏମସି ଛାଡୁଥିବା ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶନିବାର ତୃଣମୂଳ କଂଗ୍ରେସର ୫ ଜଣ ବଡ଼ ନେତା ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅମିତ ଶାହାଙ୍କ ନେତୃତ୍ୱରେ ଏମାନେ ବିଜେପିରେ ଯୋଗଦେଇଛନ୍ତି । ବିଜେପିରେ ଯୋଗଦେଇଥିବା  ନେତାମାନେ ହେଲେ ବିଧାୟକ ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ ଓ ପ୍ରବୀର ଘୋଷାଲ । ଏଥି ସହିତ ହାଓଡାର ପୂର୍ବତନ ନିଗମ ଅଧ୍ୟକ୍ଷ ରଥୀନ ଚକ୍ରବର୍ତ୍ତୀ ଓ ଅଭିନେତା ରୁଦ୍ରାନିଲ ଘୋଷ । ଏହି ନେତାମାନେ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗଦେଇଥିଲେ । 

ବିଜେପିରେ ସାମିଲ ହେବା ପରେ ୫ ଜଣ ନେତା କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଅନ୍ୟାୟ ଓ ଅତ୍ୟାଚାର ବଢ଼ିଚାଲିଛି । ଲୋକେ ଟିଏମସି ଶାସନରେ ଅସନ୍ତୁଷ୍ଟ ଅଛନ୍ତି । ପଶ୍ଚିମବଙ୍ଗର ବିକାଶ ପାଇଁ ବିଜେପି କାମ କରୁଛି । ସୁନାର ବାଂଲା ଗଢ଼ିବାକୁ ବିଜେପି ସଂକଳ୍ପ ରଖିଛି । 

ସୂଚନାଯୋଗ୍ୟ, ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଥିବା ଔରଙ୍ଗଜେବରୋଡରେ ଶୁକ୍ରବାର ବିସ୍ଫୋରଣ ପରେ ଗୃହମନ୍ତ୍ରୀ ଅମିତ ଶାହା ନିଜର ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଥିଲେ । ପଶ୍ଚିମବଙ୍ଗରେ ଗୃହମନ୍ତ୍ରୀଙ୍କୁ ଶନିବାର ଓ ରବିବାର ୨ଟି ରାଲିରେ ସମ୍ବୋଧନ କରିବାର ଥିଲା । ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାହା ଜାନୁଆରୀ ୩୦ରେ ୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯିବାର ଥିଲା । ଶନିବାର ସକାଳୁ ଶାହାଙ୍କ ଇସ୍କନ, ମାୟାପୁରରେ ପହଂଚିବାର ଥିଲା । ଏହା ପରେ ଉତ୍ତର ୨୪ ପ୍ରଗଣାର ଠାକୁରନଗରରେ ଏକ ଜନସଭାକୁ ସମ୍ବୋଧନ କରିବାର ଥିଲା । ଏହା ପରେ ସେ ବିଜେପିର ସାମାଜିକ ଗଣମାଧ୍ୟମ ସହିତ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା ।  

 

  • Tags:

Subscribe

National International State Sports Entertainment