କରୋନା ନେଇ ଆଜି ବିରୋଧୀଙ୍କ ମେଳି, ସାମିଲ ହେବେ ୧୮ଟି ଦଳର ନେତା
Khabar Odisha:Politics-Coronavirus-opposition-leaders-Mamata-Banerjee-Uddhav-Thackeray-Sonia-Gandhi-political-parties-meeting

ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): କରୋନା ସଂକଟ ନେଇ ଶୁକ୍ରବାର ଅପରାହ୍ନ ୩ଟାରେ ବିରୋଧୀ ଦଳର ନେତାମାନେ ମେଳି ବାନ୍ଧିବେ । ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଏମକେ ଷ୍ଟାଲିନ ସମେତ ୧୮ଟି ରାଜନୈତିକ ଦଳର ନେତା ସାମିଲ ହେବେ । 

ବିରୋଧୀ ଦଳର ଏହି ବୈଠକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । ଭିଡିଓ ବାର୍ତ୍ତା ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । କଂଗ୍ରେସ ପକ୍ଷରୁ ଗୁଲାମ ନବୀ ଆଜାଦ ଓ ଏକେ ଆଣ୍ଟୋନି ମଧ୍ୟ ବୈଠକରେ ଅଂଶଗ୍ରହଣ କରିବେ । ତୃଣମୂଳ କଂଗ୍ରେସ ତରଫରୁ ବୈଠକରେ ଡେରେକ ଓ ବ୍ରାୟନ ସାମିଲ ହେବେ । ବୈଠକରେ କରୋନା ଭାଇରସ ଓ ଲକଡାଉନକୁ ନେଇ ଆଲୋଚନା ହେବ । ସେହିପରି ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଚର୍ଚ୍ଚା ହେବ । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା ହେବ । 

ବୈଠକରେ ରାଷ୍ଟ୍ରୀୟ ଲୋକ ଦଳର ଅଧ୍ୟକ୍ଷ ଅଜିତ ସିଂହ, ସୀତାରାମ ୟେଚୁରୀ ଆଦି ପ୍ରମୁଖ ନେତା ଉପସ୍ଥିତ ରହିବେ । ଏହା ବ୍ୟତୀତ ଜନତା ଦଳ (ସେକ୍ୟୁଲାର)ରୁ ଏଚଡି ଦେବଗୌଡ଼ା ଓ ନ୍ୟାସନାଲ କନଫରେନ୍ସରୁ ଫାରୁଖ ଅବଦୁଲ୍ଲା ଅଥବା ଉମର ଅବଦୁଲ୍ଲାଙ୍କ ମଧ୍ୟରୁ ଜଣେ ଉପସ୍ଥିତ ରହିବେ । ମାତ୍ର ଆମ ଆଦିମୀ ପାର୍ଟିରୁ କୌଣସି ନେତା ସାମିଲ ନ ହୋଇ ପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବୈଠକ ପାଇଁ ଆପକୁ ନିମନ୍ତ୍ରଣ ମିଳି ନାହିଁ । 

 

  • Tags:

Subscribe

National International State Sports Entertainment