ମହାମେଣ୍ଟରେ ଚିନ୍ତା! ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ପ୍ରତି ୫ ଜେଡିୟୁ ବିଧାୟକ ଅସନ୍ତୁଷ୍ଟ, ଶପଥଗ୍ରହଣ ସମାରୋହରେ ଅନୁପସ୍ଥିତ
Khabar Odisha:Politics-Bihar-cabinet-expansion-as-five-JDU-mla-distanced-themselves-from-swearing-in-ceremony-of-Nitish-Kumar

ପାଟଣା, ଅଗଷ୍ଟ ୧୭ (ଖବର ଓଡ଼ିଶା): ବିହାର କ୍ୟାବିନେଟରେ ସଂପ୍ରସାରଣ ହୋଇଛି । କିନ୍ତୁ ନୀତୀଶଙ୍କ କ୍ୟାବିନେଟର ଶପଥ ଗ୍ରହଣ ସମୟରେ କିଛି ବିଧାୟକ ଅସନ୍ତୁଷ୍ଠ ଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ (ୟୁନାଇଟେଡ)ର ୫ ଜଣ ବିଧାୟକ ମଙ୍ଗଳବାର ନୂଆ କ୍ୟାବିନେଟର ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ନଥିଲେ । ଏହି ବିଧାୟକମାନଙ୍କୁ ମନ୍ତ୍ରୀପଦ ନ ମିଳିବାରୁ ଅସନ୍ତୁଷ୍ଟ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଆସନ୍ତା ୨୪ ତାରିଖରେ ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ିବ । ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ହେବ । 

ଇିହାରରେ ମଙ୍ଗଳବାର କ୍ୟାବିନେଟର ସଂପ୍ରସାରଣ ହୋଇଛି । ମହାମେଣ୍ଟର ୩୧ ଜଣ ବିଧାୟକ ଶପଥଗ୍ରହଣ କରିଛନ୍ତି । କ୍ୟାବିନେଟରେ ସର୍ବାଧିକ ମନ୍ତ୍ରୀପଦ ଆରଜେଡିକୁ ମିଳିଛି । ଆରଜେଡିରୁ ୧୬ ବିଧାୟକ ମନ୍ତ୍ରୀ ହୋଇଥିଲା ବେଳେ ଜେଡିୟୁରୁ ୧୧ ଜଣ ବିଧାୟକଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିଛି । ସେହିପରି କଂଗ୍ରେସରୁ ୨, ହମରୁ ଜଣେ ଏବଂ ଅନ୍ୟ ଜଣେ ସ୍ୱାଧୀନ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି । 

କେଉଁମାନେ ସମାରୋହକୁ ଗଲେନି

-ଡାକ୍ତର ସଂଜୀବ (ପରବତ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ)

-ପଂକଜ କୁମାର ମିଶ୍ର (ରୁନ୍ନୀସୌଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ)

-ସୁଦର୍ଶନ (ବରବିଧା ବିଧାନସଭା ନିର୍ବାଚନ ମଣ୍ଡଳୀ)

-ରାଜକୁମାର ସିଂହ (ମାଟିହାନୀ ବିଧାନସଭା ନିର୍ବାଚନ ମଣ୍ଡଳୀ)

-ଶାଳିନୀ ମିଶ୍ରା

 

  • Tags:

Subscribe

National International State Sports Entertainment