ବିହାରରେ ବିଜୟ ପରେ ପଶ୍ଚିମବଙ୍ଗରେ ନିର୍ବାଚନ ଜିତିବାକୁ ବିଜେପିର ‘ଗେମପ୍ଲାନ’ ପ୍ରସ୍ତୁତ
Khabar Odisha:Politics-Amit-Shah-and-JP-Nadda-to-visit-Bengal-every-month-till-end-of-2021-assembly-polls

କୋଲକାତା, ନଭେମ୍ବର ୧୯ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ବିଜୟ ହାସଲ କରିବା ପରେ ଏବେ ପଶ୍ଚିମବଙ୍ଗ ଉପରେ ନିଜର ରଣନୀତି ଫୋକସ କରୁଛି । ଏଥି ପାଇଁ ରାଜ୍ୟ ବିଜେପି ବୁଧବାର କହିଛି, କେନ୍ଦ୍ର ଗୃହମନ୍ତ୍ରୀ ଓ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରତି ମାସରେ ରାଜ୍ୟକୁ ଆସିବେ । ଆସନ୍ତା ବର୍ଷ ଏପ୍ରିଲ-ମେ’ ମାସରେ ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । 

ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି ଯେ, ଉଭୟ ବରିଷ୍ଠ ନେତା ବିଜେପି ନେତା ନିର୍ବାଚନ ପୂର୍ବରୁ ପାର୍ଟି ସଂଗଠନର ହାଲଚାଲ ଜାଣିବା ପାଇଁ ପ୍ରତି ମାସରେ ପଶ୍ଚିମବଙ୍ଗ ଆସିବେ । ଘୋଷ ସାମ୍ବାଦିକମାନଙ୍କୁ କହିଛନ୍ତି, ଅମିତ ଶାହା ଓ ଜେପି ନଡ୍ଡା ବିଧାନସଭା ନିର୍ବାଚନ ପୂରା ହେବା ପର୍ଯ୍ୟନ୍ତ ପ୍ରତି ମାସରେ ଭିନ୍ନ ଭିନ୍ନ ଯାତ୍ରା କରିବେ । ସେମାନଙ୍କ ଯାତ୍ରାରେ ଦଳକୁ ନୂତନ ଶକ୍ତି ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ଯାତ୍ରା ପାଇଁ ଏବେ ତାରିଖ ନିର୍ଦ୍ଧାରଣ ହୋଇନାହିଁ ବୋଲି ଶ୍ରୀ ଘୋଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ପାର୍ଟି ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଶାହା ପ୍ରତି ମାସରେ ୨ ଦିନ ଲାଗି ଓ ନଡ୍ଡା ୩ ଦିନ ଲାଗି ପଶ୍ଚିମବଙ୍ଗ ଆସିବେ । ଭଲ ପ୍ରଦର୍ଶନ ପରେ ଏନଡିଏ ବିହାରରେ କ୍ଷମତାସୀନ ହେବା ପରେ ବିଜେପି ସ୍ପଷ୍ଟ କରି ଦେଇଛି ଯେ, ଏବେ ମିଶନ ବଙ୍ଗାଲ ଏବେ ଲକ୍ଷ୍ୟରେ ଅଛି । ବିହାର ନିର୍ବାଚନରେ ଅମିତ ଶାହା ନିର୍ବାଚନ ପ୍ରଚାର କରିପାରି ନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସେ ଗତ ୫ ତାରିଖରେ ୨ ଦିନିଆ ଗସ୍ତ କରିଥିଲେ । 

 

  • Tags:

Subscribe

National International State Sports Entertainment