ଦୌସାରେ ଆଜି ଶକ୍ତି ପ୍ରଦର୍ଶନ କରିବେ ପାଇଲଟ, କିଷାନ ମହାପଂଚାୟତକୁ ଆସିବେ ୧ ଲକ୍ଷ ଚାଷୀ!
Khabar Odisha:Politics-Sachin-Ppilot-Dausa-rally-to-show-of-power-with-Kisan-Mahapanchayat

ଦୌସା, ଫେବୃଆରୀ ୦୫ (ଖବର ଓଡ଼ିଶା): ରାଜସ୍ଥାନର ଦୌସା ସହରରେ ଆଜି ବିଶାଳ କୃଷକ ମହାପଂଚାୟତର ଆୟୋଜନ ହେଉଛି । ଏହି ମହାପଂଚାୟତର ପ୍ରସ୍ତୁତିରେ କଂଗ୍ରେସ ନେତା ଜୋର ଦେଇ ଲାଗିଛନ୍ତି । ଏଠାରେ ସଚିନ ପାଇଲଟଙ୍କ ନାଁରେ ୧ ଲକ୍ଷ ଲୋକଙ୍କୁ ଏକତ୍ର କରିବାକୁ ଉଦ୍ୟମ ହୋଇଛି । ରାଜେଶ ପାଇଲଟ ଷ୍ଟାଡିୟମରେ ଏହି ଆୟୋଜନ ହେବାର ଅଛି ଏବଂ ଏଥିରେ ଆସିବାକୁ ଥିବା ଭିଡକୁ ସଚିନ ପାଇଲଟଙ୍କ ଶକ୍ତି ପ୍ରଦର୍ଶନ ଭାବେ ନିଆଯାଇଛି । 

ବିଧାୟକ ମୁରାରୀ ମୀନା ଓ ଜିଆର ଖଟାନା ଏହି ମହାପଂଚାୟତରେ ଅଧିକରୁ ଅଧିକ ଭିଡ ଲାଗି ଉଦ୍ୟମ କରିଛନ୍ତି । ଗୁରୁବାର ଉଭୟ ବିଧାୟକ ଗ୍ରାମାଂଚଳକୁ ଗସ୍ତ କରିଥିଲେ ଏବଂ ଲୋକଙ୍କୁ ଅଧିକରୁ ଅଧିକ ସମାବେଶରେ ଆସିବାକୁ ଅପିଲ କରିଥିଲେ । ବ୍ୟାପକ ସଂଖ୍ୟାରେ ଭିଡର ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପୋଲିସ ସତର୍କ ରହିଛି । 

ଅତିରିକ୍ତ ପୋଲିସ ଅଧୀକ୍ଷକ ଅନିଲ ସିଂହ ଚୌହ୍ୱାନ କହିଛନ୍ତି, ମହାପଂଚାୟତକୁ ଦୃଷ୍ଟିରେ ରଖି ପାଖାପାଖି ୪୦୦ ପୋଲିସ କର୍ମୀ ଓ ଅଧିକାରୀ ମୁତୟନ କରାଯାଉଛି ।   

 

  • Tags:

Subscribe

National International State Sports Entertainment