ବୁଥ ବାହୁଡ଼ା ମତରେ ‘ଆପ’ର ଭଲ ପ୍ରଦର୍ଶନ, ତଥାପି ଚିନ୍ତାରେ ପଡ଼ିଲେ ଅରବିନ୍ଦ କେଜ୍ରିୱାଲ
Khabar Odisha:Political-AAP-Delhi-assembly-election-2020-aap-leader-Sanjay-Singh-demands-security-of-evm

ନୂଆଦିଲ୍ଲୀ, ଫେବୃଆରୀ ୦୯ (ଖବର ଓଡ଼ିଶା): ଦିଲ୍ଲୀ ବିଧାନସଭା ନିର୍ବାଚନ ଶନିବାର ଶେଷ ହୋଇଛି । ଫଳାଫଳକୁ ଅପେକ୍ଷା କରଯାଇଛି । ଏହା ପୂର୍ବରୁ ବୁଥ ବାହୁନା ମତ ପ୍ରକାଶ ପାଇଛି । ଏଥିରେ ଆମ ଆଦମୀ ପାର୍ଟି  (ଆପ) ସପକ୍ଷରେ ମତଦାନ ଯିବ ବୋଲି କୁହାଯାଇଛି । କିନ୍ତୁ ଏସବୁ ପରେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ଫଳାଫଳ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି । ଇଭିଏମ ସୁରକ୍ଷା ନେଇ ଆପର ଚିନ୍ତା ବଢ଼ିଛି । 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ସନ୍ଧ୍ୟାରେ ଦଳୀୟ ନେତାଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ନିଜ ବୈଠକରେ ହୋଇଥିବା ବୈଠକରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଗୋପାଳ ରାୟ ଓ ସଂଜୟ ସିଂହଙ୍କ ସମେତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ଥିଲେ । ବୈଠକ ଶେଷ ହେବା ପରେ ସଂଜୟ ସିଂହ କହିଛନ୍ତି, ନିର୍ବାଚନ ଶେଷ ହେବା ପରେ ସିଲ ଲାଗିବା ପରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆଯିବା ଦରକାର । କିନ୍ତୁ କିଛି ଇଭିଏମ ଅଧିକାରୀଙ୍କ ପାଖରେ ଅଛି । 

 

  • Tags:

Subscribe

National International State Sports Entertainment