ବିଜେପି ପରେ ପିପିଲି ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡ଼ି, ତାଲିକାରୁ ବାଦ୍ ପଡିଛନ୍ତି ହେଭି ୱେଟ୍‌
Khabar Odisha:Pipili-By-poll--Star-Campaigner-List-released-By-BJD

ପିପିଲି, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ବଢିଲାଣି ପିପିଲି ଉନନିର୍ବାଚନ ତାତି । ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ ପ୍ରଚାର । ସୀମିତ ପ୍ରଚାର ମଧ୍ୟରେ ପିପିଲିରେ ବାଜି ମାରିବାକୁ ଏଥର ସ୍ୱତନ୍ତ୍ର ରଣନୀତି ଆପଣେଇଛନ୍ତି ୩ ପ୍ରମୁଖ ଦଳ ।

ଗତ କାଲି ପିପିଲି ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ଆଜି ବିଜେଡ଼ି ପ୍ରକାଶ କରିଛି ଷ୍ଟାର ପ୍ରଚାରକ ତାଲିକା । ମାତ୍ର ବିଜେଡ଼ିର ଏହି ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ଷ୍ଟାର ସାଂସଦ ଓ ବିବାଦୀୟ ହେଭି ୱେଟ୍ ।

ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବୀ ପ୍ରସାଦ ମିଶ୍ର, ପିନାକି ମିଶ୍ର, ପ୍ରତାପ କେଶରୀ ଦେବ୍‌, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲୀକ, ସମୀର ରଞ୍ଜନ ଦାସ, ସଞ୍ଜୟ କୁମାର ଦାସ ବର୍ମା, ସୁଶାନ୍ତ କୁମାର ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତିରଞ୍ଜନ ଘଡେଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ କୁମାର ବଳବନ୍ତରାୟ, ବ୍ୟେମକେଶ ରଏ, ତୁଷାରକାନ୍ତି ବେହେରା, ବିଭୂତି ବଳବନ୍ତରାୟ, ଦେବୀ ରଞ୍ଜନ ତ୍ରୀପାଠି, ସୁଧୀର କୁମାର ସାମଲଙ୍କ ନାମ ସାମିଲ ରହିଛି ।

ଏପଟେ ବିଜେଡ଼ିର ଷ୍ଟାର ସାଂସଦ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି ଗତ କିଛି ଉପନିର୍ବାଚନ ଠାରୁ ତାଲିକାରୁ ବାଦ୍ ପଡି ଆସୁଛନ୍ତି । ଏହା ସହିତ ପ୍ରତାପ ଜେନା ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଭଳି ବିବାଦୀୟ ମନ୍ତ୍ରୀ ମାନଙ୍କ ନାମକୁ ବାଦ୍ ଦିଆଯାଇଛି ପିପିଲି ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରୁ ।

ଆସନ୍ତା ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଚାର ଯାହାକୁ ନେଇ ଏବେଠାରୁ ସଜବାଜ ଆରମ୍ଭ କରିଛନ୍ତ ବିଭିନ୍ନ ଦଳ ।

  • Tags:

Subscribe

National International State Sports Entertainment