ମହାରାଷ୍ଟ୍ରରେ ସରକାର ଗଠନର ସସ୍‌ପେନ୍ସ ଜାରି, ଡିଲ ପାଇଁ ପ୍ରସ୍ତୁତ ନୁହଁନ୍ତି ସୋନିଆ ?
Khabar Odisha:National-politics-Sharad-Pawar-Congress-Meeting-May-Seal-Maharashtra-Deal
ମୁମ୍ୱାଇ,ନଭେମ୍ଵର ୧୭ (ଖବର ଓଡିଶା) :

ମହାରାଷ୍ଟ୍ରରେ ସରକାର ହେବା ଏବେ ବି କାଠିକର ପାଠ ହୋଇ ରହିଛି । ଏବେ ମହାରାଷ୍ଟ୍ରରେ ସରକାର ଗଠନ କରିବା କଂଗ୍ରେସର ଶୀର୍ଷ ନେତାଙ୍କ ହାତରେ ରହିଛି । କୁହାଯାଉଛି ଯେ ଶିବସେନା ସହ ସରକାର କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ରବିବାର ଦିନ ଏନସିପି ମୁଖ୍ୟ ଶରଦ ପାୱାର ପୁଣେ ପାର୍ଟିର ନେତାଙ୍କ ସହ ଆଲୋଚନା କରିବେ । ଏହାପରେ ସୋମବାର ଦିନ କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ସାକ୍ଷାତ କରିବେ । ପାୱାର ଶିବସେନା ସହ ମେଣ୍ଟ କରିବା ପାଇଁ ସୋନିଆ ଗନ୍ଧୀଙ୍କୁ ରାଜି କରାଇବାକୁ ଚେଷ୍ଟା କରିବେ । ସୋନିଆଙ୍କୁ ଭେଟିବା ପାଇଁ ପାୱାର ରବିବାର ଦିନ ଦିଲ୍ଲୀ ଯାଇଥାନ୍ତେ କିନ୍ତୁ ହାଠତ ଉଭୟଙ୍କ ବୈଠକ ରଦ୍ଦ ହୋଇଛି । ଅନ୍ୟପଟେ ବିଜେପି ମଧ୍ୟ ସରକାର ଗଢିବା ପାଇଁ ହୁଂକାର ଭରିଛି । 

ସୋନିଆଙ୍କ ହାତରେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ରରେ ସରକାର କରିବାର ଚାବି ଏବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖରେ ରହିଛି । କୁହାଯାଉଛି ଯେ ଶିବସେନା ସହ ସରକାର କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । କଂଗ୍ରେସର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ରର ନିଜର ନେତାଙ୍କ ସଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରିବା ପାଇଁ ଶିବସେନାର ନେତାଙ୍କ ସହ ବୈଠକ କରିବା ଦେଖି ଖୁସୀ ନୁହଁନ୍ତି । ପାର୍ଟିର ସୂତ୍ରର ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବେ ବି ମେଣ୍ଟକୁ ନେଇ ମଞ୍ଜୁରୀ ପ୍ରଦାନ କରି ନାହାନ୍ତି । ଚୂଡାନ୍ତ ନିଷ୍ପତ୍ତି ନେବା ବାକି ରହିଛି ।

ଶିବସେନା-ଏନସିପି-କଂଗ୍ରେସର ନେତାମାନେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବା ପାଇଁ ଶନିବାର ଦିନ ସଂଧ୍ୟାରେ ସମୟ ମାଗିଥିଲେ, କିନ୍ତୁ ମୁମ୍ୱାଇରେ କଂଗ୍ରେସର କୌଣସି ନେତା ନଥିଲେ, ଯାହାପରେ ଶିବସେନା-ଏନସିପିକୁ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ ପଡିଥିଲା । 

ଦାଦର ସ୍ଥିତ ମୁମ୍ୱାଇ ବିଜେପି ପ୍ରଦେଶ କାର୍ଯ୍ୟାଳୟରେ ତିନି ଧିର ଚାଲିଥିବା ବୈଠକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ କହିଛନ୍ତି ବିଜେପି ମହାରାଷ୍ଟ୍ରରେ ସରକାର କରିବ, କିନ୍ତୁ କିପରି ହେବ ଏହା ଉପରେ ମୁରିକ ହସ ଦେଇ ପ୍ରଶ୍ନକୁ ଏଡାଇ ଦେଇଥିଲେ । ଏହା ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ଏହି ଦାବି କରିଥିଲେ । 

Subscribe

National International State Sports Entertainment