ଦିଲ୍ଲୀ ନିର୍ବାଚନ: ଆପର ଉତ୍‌ଥାନ କଂଗ୍ରେସର ପତନ, 47...43...8...0...0... ଦିଲ୍ଲୀରେ କଂଗ୍ରେସ ପତନର କ୍ରନୋଲଜି !!!
Khabar Odisha:National-news-delhi-election-result-2020-aap-win-bjp-congress-bad-performance
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ଦିଲ୍ଲୀ ବିଧାନସଭା ନିର୍ବାଚନ 2020ରୁ ପୂରା ପରିମାଣ ଆସିବାକୁ ଆହୁରି ସମୟ ବାକି ରହିଛି । କିନ୍ତୁ ଟ୍ରେଣ୍ଡିଂରୁ ପରିମାଣ ଏକ ସ୍ପଷ୍ଟ ହୋଇଯାଇଛି । ଆମ ଆଦମୀ ପାର୍ଟି 58 ଆସନ ଏବଂ ବିଜେପି 12ଟି ଆସନରେ ଆଗରେ ରହିଛି । କଂଗ୍ରେସ ଖାତା ପୁଣି ଥରେ ଶୂନ ଆସୁଥିବା ଦେଖିବାକୁ ମିଳୁଛି । ଏହା ଦେଶର ସର୍ବ ପୁରାତନ ଦଳ ପାର୍ଟି ପାଇଁ ଲଜ୍ଜାର ସ୍ଥିତି, ଯିଏ କିଛି ବର୍ଷ ପୂର୍ବେ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ ଲଗାତାର 15 ବର୍ଷ ଦିଲ୍ଲୀରେ ଶାସନ କରିଥିଲା । 

1998ରେ ହୋଇଥିଲା ଶୀଲା ଯୁଗର ଆରମ୍ଭ

ବର୍ଷ 1998ର ନିର୍ବାଚନ ଦିଲ୍ଲୀରେ କଂଗ୍ରେସ ବଢ଼ିବା ଆରମ୍ଭ କରିଥିଲା । ଏହି ନିର୍ବାଚନରେ ଦରଦାମ ବୃଦ୍ଧି ଏକ ପ୍ରମୁଖ ପ୍ରସଙ୍ଗ ଥିଲା ଏବଂ ଏପରି କୁହାଯାଉଥିବା ଯେ ପିଆଜର ଅହେତୁକ ଦର ବୃଦ୍ଧି କାରଣରୁ ବିଜେପି ସରକାରର ପତନ ହୋଇଥିଲା । ସେହି ସମୟରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାର ଥିଲା । ଶୀଲା ଦୀକ୍ଷିତଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଏକ ପ୍ରକାର ଏହି ନିର୍ବାଚନ ପରଠାରୁ ଆରମ୍ଭ ହୋଇଥିଲା । ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । 70 ବିଧାନସଭା ଆସନ ବିଶିଷ୍ଟ ଦିଲ୍ଲୀରେ କଂଗ୍ରେସ 52ଟି ଆସନରେ ବିଜୟୀ ହୋଇଥିଲା । ପ୍ରାୟ 48ଟି ଅଧିକ ଆସନ ମିଳିଥିଲା । ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ବିଜେପିର ପରାଜୟ ହୋଇଥିଲା ଏବଂ ଦଳକୁ କେବଳ 15 ଆସନ ମିଳିଥିଲା । ବିଜେପିକୁ 34 ପ୍ରତିଶତ ଭୋଟ ମିଳିଥିଲା । 

2003ରେ ପୁଣି କଂଗ୍ରେସ ରାଜ

2003ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପୁଣିଥରେ ପ୍ରଚଣ୍ଡ ବହୁମତ ମିଳିଥିଲା । ସେହି ନିର୍ବାଚନରେ କଂଗ୍ରେସ 47 ଆସନ ଜିତିଥିଲା ଏବଂ ପୁଣି ଥରେ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ସରକାର କରିଥିଲା । ଡିସେମ୍ୱର 2003ରେ ହୋଇଥିବା ନିର୍ବାଚନରେ କଂଗ୍ରେସ 48.13 ପ୍ରତିଶତ ଭୋଟ ମିଳିଥିଲା । 20 ଆସନ ସହ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା । ଦଳକୁ ପ୍ରାୟ 35 ପ୍ରତିଶତ ଭୋଟ ମିଳିଥିଲା । 

2008ରେ ଶୀଲାଙ୍କ ହ୍ୟାଟ୍ରିକ୍‌

2008 ନିର୍ବାଚନ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ସରକାରକୁ ଆସିଥିଲା । ଏଥର ସିଟ୍‌ ସଂଖ୍ୟା ଏବଂ ଭୋଟ ପ୍ରତିଶତ କମିଥିଲା । କଂଗ୍ରେସକୁ 43ଟି ଆସନ ସହ 40 ପ୍ରତିଶତ ଭୋଟ ମିଳିଥିଲା । 

2013ରେ ବଦଳି ଯାଇଥିଲା ବାଜି

2013ର ନିର୍ବାଚନରେ ପୂରା ବାଜି ପାଲଟି ଯାଇଥିଲା । ରାଜ୍ୟଗୋଷ୍ଠୀ କ୍ରିଡ଼ା ଦୁର୍ନୀତି ଏବଂ ଅନ୍ନା ଆନ୍ଦୋଳନ ପରେ ଆମ ଆଦମୀ ପାର୍ଟିର ଉଦୟ ଦିଲ୍ଲୀ ରାଜନୀତିକୁ ବଦଳାଇ ଦେଇଥିଲା । ବିଧାନସଭାର ପରିମାଣ ତ୍ରିଶଙ୍କୁ ହୋଇଥିଲା । ବିଜେପିକୁ 31, ଆପକୁ 28 ଏବଂ କଂଗ୍ରେସକୁ କେବଳ 8ଟି ଆସନ ମିଳିଥିଲା । 

2015ରେ ଆପ ସରକାର

2015 ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠାରୁ ଖରାପ ବର୍ଷ ଥିଲା । ଆପର ଉତଥାନ କଂଗ୍ରେସ ପତନର କାରଣ ହୋଇଥିଲା । ବିଜେପିକୁ ଯେତେବେଳେ 3ଟି ଆସନ ମିଳିଥିଲା ସେତେବେଳେ କଂଗ୍ରେସର ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ । କଂଗ୍ରେସକୁ ମିଳିଲା ଶୂନ ଅର୍ଥାତ ଗୋଟିଏ ବି ଆସନ ମିଳିଲାନି । କଂଗ୍ରେସର ବରିଷ୍ଠ ନେତା ମଧ୍ୟ ପରାସ୍ତ ହୋଇଥିଲେ । ଆପ 70ରୁ 67 ଆସନରେ ବିଜୟୀ ହୋଇଥିଲା । 

ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପୁଣି ଥରେ ଆପ ସରକାର ହୋଇଥିଲା । ଆମ ଆଦମୀ ପାର୍ଟିକୁ ପ୍ରାୟ 54 ପ୍ରତିଶତ, ବିଜେପିକୁ 32 ପ୍ରତିଶତ ଏବଂ କଂଗ୍ରେସ କେବଳ 9.7 ପ୍ରତିଶତ ଭୋଟ ମିଳିଥିଲା । ଅର୍ଥାତ ଦୁଇ ବର୍ଷ ମଧ୍ୟ କଂଗ୍ରେସ ଭୋଟ ପ୍ରତିଶତ 24 ପ୍ରତିଶତକୁ କମି 10ରେ ପହଞ୍ଚିଥିଲା । 

2020 ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ପାଇଁ କୌଣସି ଶୁଭ ଖବର ନାହିଁ । ପୁଣି ଥରେ କୌଣସି କଂଗ୍ରେସ ବିଧାୟକ ଦିଲ୍ଲୀ ବିଧାନସଭାକୁ ଯାଇ ପାରିବେନି । ଶେଷ ଖବର ସୁଦ୍ଧା କଂଗ୍ରେସ ଗୋଟିଏ ଆସନରେ ଆଗରେ ନାହିଁ ।   

Subscribe

National International State Sports Entertainment