ହରିୟାଣା: ବିଜେପିରେ ସାମିଲ ହେଲେ କୁସ୍ତି କୁଇନ ବବିତା ଫୋଗାତ ଏବଂ ମହାବୀର ଫୋଗାତ
Khabar Odisha:National-news-International-Wrestler-Babita-Phogat-Joins-Bharatiya-Janata-Party
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା):

ହରିୟାଣା ବିଧାନସଭା ନିର୍ବାଚନ 2019 ପୂର୍ବରୁ ଦୁଷ୍ୟନ୍ତ ଚୋଟାଲାଙ୍କୁ ବଡ ଝଟକା ଲାଗିଛି । ଭାରତୀୟ କୁସ୍ତି ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଫୋଗାଟ ପରିବାରର ଦୁଇ ଜଣ ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଅନେକ ପଦକ ହାସଲ କରିଥିବା ବବିତା ଫୋଗାତ ଏବଂ ତାଙ୍କ ବାପା ମହାବୀର ଫୋଗାତ ବିଧିବଦ୍ଧ ଭାବେ ବିଜେପିର ସଦସ୍ୟତା ଗ୍ରହଣ କରଛନ୍ତି । ଦିଲ୍ଲୀଠାରେ ଥିବା ହରିୟାଣା ଭବନରେ ବିଜେପିରେ ସାମିଲ ହୋଇଛନ୍ତି । 

ହରିୟାଣାର ବିଜେପି ପ୍ରଭାରୀ ଡାକ୍ତର ଅନିଲ ଜେନ ଏହି ଦୁଇ ଜଣଙ୍କୁ ବିଜେପିରେ ସାମିଲ କରାଇଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଉଭୟଙ୍କୁ ଦଳର ସଦସ୍ୟ ପତ୍ର ଦେଇଛନ୍ତି । ଏହା ପୂର୍ବରୁ ମହାବୀର ଫୋଗାତ ଦୁଷ୍ୟନ୍ତ ଚୋଟାଲାଙ୍କୁ ସମର୍ଥନ କରି ଜନନାୟକ ଜନତା ପାର୍ଟି(ଜେଜେପି)ରେ ସାମିଲ ହୋଇଥିଲେ । ଦଳରେ ତାଙ୍କୁ ଖେଳ ଶାଖାର ମୁଖ୍ୟ ମଧ୍ୟ କରାଯାଇଥିଲା, କିନ୍ତୁ ଏବେ ତାଙ୍କର ବିଜେପିରେ ଯୋଗଦାନ ଜେଜେପି ପାଇଁ ଏକ ବଡ ଝଟକା ।

Subscribe

National International State Sports Entertainment