ଶରଜୀଲର ଗିରଫଦାରୀ ଉପରେ ଗିରିରାଜଙ୍କ ବୟାନ, କେଜ୍ରିୱାଲ ଜୀ...ଅମିତ୍‌ ଶାହ କରି ଦେଖାଇଲେ
Khabar Odisha:National-news-Amit-Shah-Done-It-Giriraj-Singh-Attacks-Kejriwal-After-Sharjeel-Imam-Arrest
ନୂଆଦିଲ୍ଲୀ,ଜାନୁଆରୀ ୨୮ (ଖବର ଓଡ଼ିଶା) :

ଆସାମକୁ ଦେଶରୁ ଅଲଗା କରିବା କଥା କହିଥିବା ଶରଜୀଲ ଇମାମକୁ ଗିରଫ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରି୍‌ୱାଲଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି । ସେ ଟ୍ୱିଟ୍‌ କରିଛନ୍ତି ଯେ ଅମିତ ଶାହ କରି ଦେଖାଇଲେ କିନ୍ତୁ କେଜରି୍‌ୱାଲ ଟୁକଡେ-ଟୁକଡେ ଗ୍ୟାଙ୍ଗକୁ ବଞ୍ଚାଇବା ପାଇଁ ଫାଇଲକୁ ମାଡ଼ି ବସିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଇଙ୍ଗିତ ଜେଏନୟୁର ବହୁଚର୍ଚ୍ଚିତ ଦେଶ ବିରୋଧୀ ନାରାବାଜି ମାମଲାରେ ଜେଏନୟୁର ଛାତ୍ରନେତା କହ୍ନୈୟା କୁମାର, ଉମର ଖାଲିଦ ପରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦିଲ୍ଲୀ ସରକାର ମଞ୍ଜୁରୀ ନ ଦେବା ସପକ୍ଷରେ ରହିଛି । 

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଟ୍ୱିଟ୍‌ କରି କହିଛନ୍ତି, କେଜରିୱାଲ ଜୀ...ଶରଜୀଲ ଇମାମ ଧରାପଡ଼ିଛି...ଅମିତ ଶାହ ଜୀ କରି ଦେଖାଇଲେ । ଏହି ସବୁ ଟୁକଡ଼େ-ଟୁକଡ଼େ ଗ୍ୟାଙ୍ଗ ଦେଶକୁ ଭାଗ କରିବା କାମ କରୁଛନ୍ତି... ଏବଂ ଆପଣ ସେମାନଙ୍କୁ ରକ୍ଷା କରିବା ପାଇଁ ଫାଇଲକୁ ମାଡ଼ି ବସିଛ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପାଲଟା ଆକ୍ରମଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସେହି ଆକ୍ରମଣ ଉପରେ ଥିଲା ଯେଉଁଥିରେ ସେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଥିଲେ ଯେ ଶରଜୀଲ ଇମାମକୁ ବର୍ତ୍ତମାନ ସୁଦ୍ଧା କାହିଁକି ଗିରଫ କରାଯାଇନି ।  

Subscribe

National International State Sports Entertainment