ଉପ ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଧାୟକ ରଜନୀକାନ୍ତ ସିଂ । ଅନୁଗୋଳର ବିଧାୟକ ଥିଲେ ରଜନୀକାନ୍ତ ସିଂ । ୨୦୨୪ ନିର୍ବାଚନ ପାଇଁ ବିଜେଡିରେ ବଡ଼ ଦାୟିତ୍ବ ମିଳିବାର ଚର୍ଚ୍ଚା ଜୋରସୋର ଚାଲିଛି । ଚାରି ଚାରିଥରର ବିଧାୟକ ହୋଇଛନ୍ତି ରଜନୀକାନ୍ତ ସିଂ । ୨୦୦୪ ମସିହା ରୁ କ୍ରମାଗତ ଭାବେ ରଜନୀକାନ୍ତ ଅନୁଗୋଳ ବିଧାନସଭା ଆସନରୁ ଜିତିଛନ୍ତି । ସେ ଜୁନ୍ ୨୦୧୯ ମସିହାରୁ ଏ ପର୍ଯ୍ୟନ୍ତ ଉପବାଚସ୍ପତି ଦାୟିତ୍ୱରେ ଥିଲେ । ୨୦୧୯ ଜୁନରୁ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ୟ କରି ଆସୁଥିଲେ ।ତେବେ ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୧ ତାରିଖରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ତେବେ ଇସ୍ତଫା ପରେ ରଜନୀକାନ୍ତଙ୍କୁ ସାଂଗଠନିକ ଦାୟିତ୍ୱ ମିଳିବ ବୋଲି ଚର୍ଚ୍ଚା ହେଉଛି । ଆଜି ସେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ।
ଆଗକୁ ପଢନ୍ତୁ :- ନ୍ୟାୟ ଦାବିରେ ରାଜ୍ୟସରକାରଙ୍କ ବିରୋଧରେ ବିଜେପିର ଧାରଣା