ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ବିଜେଡି କର୍ମୀ । ଅଣ୍ଡାମାଡ଼ ସହ ପାଣି ବୋତଲ ମଧ୍ୟ ଗାଡ଼ି ଉପରକୁ ଫିଙ୍ଗିଛନ୍ତି ବିଜେଡି କର୍ମୀ । ବ୍ରହ୍ମପୁର ଯିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ବାଟରେ ଅଟକାଇଛନ୍ତି ବିଜେଡି କର୍ମୀ ।
ଆଜି ଲାଞ୍ଜିପଲି NH ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଜୋରଦାର ବିରୋଧ ଦେଖିବାକୁ ମିଳିଛି । ବ୍ରହ୍ମପୁରରେ ପ୍ରବେଶ ବେଳେ ତାଙ୍କୁ ବିରୋଧ କରାଯାଇଛି । ଜାତୀୟ ରାଜପଥରେ ତାଙ୍କୁ ବିରୋଧ କରିଛନ୍ତି ବିଜେଡି କର୍ମୀ । ଫାଇଭ ଟି ସଚିବଙ୍କ କାର୍ଯ୍ୟକ୍ରମକୁ ସେ ଯାଉଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି । ଗୋପାଳପୁର ବିଧାୟକ ଭାବେ ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ଏହି ସମୟରେ ଲାଞ୍ଜିପଲ୍ଲୀ NH ନିକଟରେ ତାଙ୍କୁ ବିରୋଧ କରିଥିଲେ ବିଜେଡି କର୍ମୀ । ଫଳରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ ବିଧାୟକ । ସେଠାରେ ବେଶ କିଛି ସମୟ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାର କିଛି ସମୟ ପରେ ବିଜେଡି କର୍ମୀ ତାଙ୍କ ଗାଡ଼ିକୁ ଅଣ୍ଡା ଓ ପାଣି ବୋତଲ ଆଦି ଫିଙ୍ଗିଥିଲେ ।
ତେବେ ବିଧାୟକ ପୂର୍ବରୁ ଏନେଇ ଆଶଙ୍କା କରିଥିଲେ । ଏହାସହ ପ୍ରେସ୍ କନ୍ଫରେନ୍ସ ଜରିଆରେ ଗତକାଲିଠାରୁ ସମସ୍ତଙ୍କୁ ସୂଚନା ଦେଇଥିଲେ । ସେ ସିଧା ସଳଖ କହିଥିଲେ ଯେ, ‘ମୋର ଗଞ୍ଜାମ ଗସ୍ତ ବେଳେ ବିଜେଡି କର୍ମୀଙ୍କ ଦ୍ୱାରା ମୋତେ ବିରୋଧ କରିବାର ଯୋଜନା କରାଯାଇଛି । ଏମିତିକି ମୋତେ ଆକ୍ରମଣ କରିବାର ପ୍ଲାନ୍ ମଧ୍ୟ ରହିଛି । ଏହାସହ ମୋତେ ଅଟକାଇବାକୁ ଚେଷ୍ଟା କରାଯିବ ବୋଲି ମଧ୍ୟ ପ୍ଲାନ୍ ରହିଛି । ମୋତେ ଗଞ୍ଜାମ ଯିବାକୁ ଦେବେ ନାହିଁ ବୋଲି ବିଜେଡି ବିଭିନ୍ନ ସ୍ଥାନରେ ନିଜ କର୍ମୀଙ୍କୁ ରଖି ବିରୋଧ କରିବାର ଯୋଜନା କରିଛି ।’
ତେବେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯାହା ଯାହା କହିଥିଲେ ଠିକ୍ ସେହିଭଳି ଘଟଣା ଆଜି ଘଟିଛି । ବିଜେଡି ପକ୍ଷରୁ ତାଙ୍କୁ ତୀବ୍ର ବିରୋଧ କରାଯାଇଛି । ଏହାପରେ ରାସ୍ତାରେ ଥାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀ ନିଜ ଗାଡ଼ି ଭିତରେ ବସି ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ କଲେ ବିଧାୟକ । ପ୍ରଦୀପ ନିଜ ମେଲ୍ ରେ ଲେଖିଛନ୍ତି ଯେ ଦଳୀୟ ଗୁଣ୍ଡାଙ୍କୁ ନେଇ ମୋ ଉପରେ ଆକ୍ରମଣ କରାଯାଇଛି । ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ପୋଲିସ ବାଧା ଦେଇଛି । ଆପଣଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ୩୦୦୦ ପୋଲିସ ବ୍ୟବସ୍ଥା ହୋଇଛି । ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ଆପଣଙ୍କ ସରକାର ବିଫଳ ହୋଇଛି ।
ଅଧିକ ପଢନ୍ତୁ ;-ଆକ୍ରମଣ ହେଲେ ମୁଖ୍ୟମନ୍ତ୍ରୀ ଦାୟୀ : ବିଧାୟକ ପ୍ରଦୀପ ପାଣିଗ୍ରାହୀ