ମୁଖ୍ୟମନ୍ତ୍ରୀ କେବଳ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି : ବିଜେପି
Khabar Odisha:CM-NaveenPattnaik-is-only-trying-to-save-his-Minister-BJP

ଭୁବନେଶ୍ୱର, ଡିସେମ୍ବର ୩(ଖବର ଓଡ଼ିଶା): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ହଟଚମଟ ।

ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ କଡା ବିରୋଧ କରୁଥିବା ବେଳେ ଆଜି ଏନେଇ ପ୍ରେସମିଟ୍ କରି ରାଜ୍ୟ ବିଜେପି ପ୍ରତିକ୍ରିୟା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ଶାଣିତ ଆକ୍ରମଣ କରି ବିଜେପି ପକ୍ଷରୁ ଏହି ବବୃତିକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରେସମିଟ୍ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ ଉପସ୍ଥିତ ନରହି କେବଳ କ୍ୟାସେଟ୍ ବଜାଇ ବିବୃତି ରଖିଛନ୍ତି ଯାହା ଗୃହରେ ଗ୍ରହଣୀୟ ନୁହେଁ ।

ଏହାଛଡା ମୁଖ୍ୟମନ୍ତ୍ରୀ କେବଳ ନିଜ ସହଯୋଗୀ ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତିି । ଅନ୍ୟପଟେ ବହୁ ଚର୍ଚ୍ଚିତ ୧୯୯୯ ମସିହା ଅଞ୍ଜନା ମିଶ୍ର ଦୁଷ୍କର୍ମ ମାମଲା ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଯେତେବେଳେ ଥାନାରେ ଏତଲା ଦେଇ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ ସେତେବେଳେ ଏହା କଣ ତାଙ୍କ ରାଜନୀତି ଥିଲା ବୋଲି ପ୍ରଶ୍ନ କରିଛି ବିଜେପି ।

ବର୍ତ୍ତମାନ ମମିତା ମେହେର ପାଇଁ ସ୍ୱର ଉତ୍ତୋଳନ କଲେ ତାହା ରାଜ୍ୟ ସରକାରଙ୍କୁ କାହିଁକି ରାଜନୀତିକରଣ ବୋଲି ଲାଗୁଛି ବୋଲି କହି ରୋକ୍‌ଠୋକ୍ ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର ।

  • Tags:

Subscribe

National International State Sports Entertainment