ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତୃଟିକୁ ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଭୁବନେଶ୍ୱର, ଜାନୁଆରୀ ୦୬(ଖବର ଓଡିଶା): Share story: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତରେ ଦେଖାଦେଇଥିବା ସୁରକ୍ଷା ତୃଟିକୁ ନେଇ ଆଜି ଦେଶ ବ୍ୟାପି ବିଜେପି ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଏବଂ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଧାରାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଛି।ଭୁବନେଶ୍ୱର ବିଜେପି ପକ୍ଷରୁ ରାମ ମନ୍ଦିର ନିକଟରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ କୁଶପୁତଳିକା ପୋଡି ପଞ୍ଜାବ ସରକାରଙ୍କ ବିରୁଦ୍ଧରେ ଶ୍ଲୋଗାନ ଦେଇଥିଲେ । ଏହା ସହିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଥିଲେ ଦଳିୟ କର୍ମୀ । ଖବର ମୁତାବକ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଫିରୋଜପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ବିଷୟରେ ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ମେମୋରିଆଲଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ କନଭୋ ଫ୍ଲାଏ ଓଭରରେ ପହଞ୍ଚିଥିଲା ସେତେବେଳେ କିଛି ପ୍ରଦର୍ଶନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ପ୍ରଧାନମନ୍ତ୍ରୀ ୧୫-୨୦ ମିନିଟ୍ ପାଇଁ ଏକ ଫ୍ଲାଏ ଓଭରରେ ଅଟକି ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ଧରଣର ଅଘଟଣ ବୋଲି ଗୃହ ମନ୍ତ୍ରଳାୟ କହିଛି। ଖବର ଓଡ଼ିଶା, Reporter, 06/01/2022