ନୂଆଦିଲ୍ଲୀ: ବଂଶବାଦ  ରାଜନୀତିକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଲେଖାକୁ ନେଇ ରାଜନୈତିକ ହଙ୍ଗାମା ଜାରି ରହିଛି । ଏହା ମଧ୍ୟରେ ବିଜେପି ନେତା ତଥା ମୁଖପାତ୍ର ଶାହବାଜ ପୁନାୱାଲା ଥରୁରଙ୍କୁ ଚେତାଇଛନ୍ତି । ସେ କଂଗ୍ରେସର ସାଂସଦ ଥରୁରଙ୍କୁ ଖତରୋଁ କା ଖିଲାଡି କହିଛନ୍ତି । ଏହା ସହ କହିଛନ୍ତି ଯେ, ଜଣା ନାହିଁ ଏବେ ଥରୁରଙ୍କ ସହ କଣ ହେବ । ଥରୁର କହିଥିଲେ, ଭାରତର ରାଜନୀତିରେ ବଂଶବାଦ ପରିବର୍ତ୍ତେ ଯୋଗ୍ୟତାକୁ ଜାଗା ଦେବାର ସମୟ ଆସି ଯାଇଛି ।
ପୁନାୱାଲା ଏକ୍ସରେ ଥରୁରଙ୍କ ଲେଖା ସେୟାର କରିଛନ୍ତି । ସେ ଲେଖିଛନ୍ତି, ଭାରତୀୟ ରାଜନୀତି କେମିତି ଏକ ପାରିବାରିକ ବ୍ୟବସାୟରେ ପରିଣତ ହୋଇଛି, ଏହା ଉପରେ ଡ. ଶଶି ଥରୁରଙ୍କ ଦ୍ୱାରା ଲିଖିତ ଆର୍ଟିକିଲ ବହୁତ  ଜ୍ଞାନବର୍ଦ୍ଧକ ରହିଛି । ସେ ଭାରତର ନେପୋ କିଡ ରାହୁଲ ଓ ଛୋଟ ନେପୋ କିଡ ତେଜସ୍ୱୀ ଯାଦବଙ୍କ ଉପରେ ସିଧାସଳଖ ହମଲା କରିଛନ୍ତି । ସେ ଦାବି କରିଛନ୍ତି ଯେ, ଏହି କାରଣରୁ ହିଁ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ଘୃଣା କରେ । 
ପୁନାୱାଲା କହିଛନ୍ତି, ମୁଁ ହତପ୍ରଭ ଯେ, ଏତେ ସ୍ପଷ୍ଟରେ କହିଥିବା ଥରୁରଙ୍କ ସହ ଏବେ କଣ ହେବ । ସେ ଆଉ ଏକ ପୋଷ୍ଟରେ କହିଛନ୍ତି ଯେ, ଥରୁର ଖତରୋଁ କା ଖିଲାଡି ପାଲଟି ଯାଇଛନ୍ତି । ସିଧାସଳଖ ନେପୋ କିଡ ଏବଂ ନେପୋଟିଜିମର ନବାବମାନଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଛନ୍ତି । ଥରୁର ସାର ଯେବେ ମୁଁ ୨୦୧୭ରେ ନେପୋ ନାମଦାର ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲି, ଆପଣ  ଜାଣିଥିବେ ମୋ ସହ କଣ ହୋଇଥିଲା । ଆପଣଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି । କାରଣ ପ୍ରଥମ ପରିବାର ବହୁତ ପ୍ରତିଶୋଧୀ । 
Also read: ବିହାର ନିର୍ବାଚନ ମଝିରେ କର୍ଣ୍ଣାଟକରେ ଚାଲିଛି କଣ, ସିଏମ ସିଦ୍ଧରମୈୟାଙ୍କ ବୟାନରେ ବଢିଲା ସସପେନ୍ସ