ଟାର୍ଗେଟ ରେ ଅରୁଣବୋଥ୍ରା, ନବ ଦାସଙ୍କୁ ହତ୍ୟାପାଇଁ ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା
Khabar Odisha:BJP-leader-Pradip-Purohit-makes-explosive-statement-on-NabaDas-murder-case
ଖବର ଓଡିଶା : 25/02/2023:

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ଟାର୍ଗେଟ ରେ ଅରୁଣବୋଥ୍ରା | ନବ ଦାସ ହତ୍ୟାକାଣ୍ଡରେ ଆଜି ବିରୋଧୀ ଦଳ ନେତା ପ୍ରଦୀପ ପୁରୋହିତ ଅରୁଣବୋଥ୍ରା ଙ୍କୁ ହତ୍ୟାନେଇ ଟାର୍ଗେଟ କରିଛନ୍ତି |ସେ କହିଛନ୍ତି ବୋଥ୍ରା ସାହେବ ରାସ୍ତା ଖୋଜୁଛନ୍ତି,ଅନ୍ଧାରରେ ବାଡ଼ି ବୁଲାଉଛନ୍ତି । ରାଜ୍ୟରେ ଯେତେ ହତ୍ୟାକାଣ୍ଡ ହେଉଛି ସରକାରଙ୍କୁ ସୁରକ୍ଷା ଦେଉଛନ୍ତି ଅରୁଣବୋଥ୍ରା । ନବ ଦାସଙ୍କୁ  ହତ୍ୟାପାଇଁ ମଧ୍ୟ  ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା । ମାରିଥିବା ପୋଲିସ ଏଏସଆଇ ଗୋପାଳ ସହିତ ଆଗରୁ ରହିଛି ବୋଥ୍ରାଙ୍କ ସମ୍ପର୍କ । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା, ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି ରାଜ୍ୟ ସରକାର । ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ। ନବ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଥିଲେ, ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ । ଏ ତଥ୍ୟ ତୃତୀୟ ମହଲା ଏବଂ ଯିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି, ତାଙ୍କ ପାଖରେ ଯେତେବେଳେ ପହଁଚିଲା ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରଗଲା । ହତ୍ୟାକାରୀ ଧରାପଡିଲେ କିନ୍ତୁ ହତ୍ୟାର ଷଡଯନ୍ତ୍ରକାରି ଏପର୍ଯ୍ୟନ୍ତ ଧରା ପଡିଲେ ନାହିଁ | ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା । ସେ ହିଁ ପ୍ଲାନିଂ କରିଛନ୍ତି କେମିତି ମାରିଲେ ପର୍ଦ୍ଦାଫାଶ କିପରି ହେବ । ଯିଏ ମାରିବା ପାଇଁ ପ୍ଲାନ କରିଛନ୍ତି, ସେ କେମିତି ତଦନ୍ତ କରିବେ ଏବଂ ଦୋଷୀଙ୍କୁ କିପରି  ଧରିବେ। ଆଜି ପର୍ଯ୍ୟନ୍ତ ପ୍ଲଟ ତିଆରି ହୋଇପାରିନି, କାହିଁକି ମାରିଲା ଗୋପାଳ ତେଣୁ ଚୁପ ହୋଇ ବସିଛନ୍ତି ବୋଥ୍ରା ସାହେବ । 

Subscribe

National International State Sports Entertainment