ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହୁତି ଘଟଣା, ଏବେ ବିଜେଡି ନାରୀ ନେତ୍ରୀ ମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କଲା ବିଜେପି
Khabar Odisha:BJP-leader-Lekhashree-press-conference-Against-Minakhi-mishra-suicide-attempt
ଭୁବନେଶ୍ୱର, ଫେବୃଆରୀ ୧୩ (ଖବର ଓଡ଼ିଶା):

ଗତକାଲି ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହୁତି ଘଟଣାକୁ ନେଇ ବିଜେପିର ସାମ୍ୱାଦିକ ସମ୍ମିଳନୀ । ଏହା ଏକ ଦୁଃଖଦ ଘଟଣା ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା | ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ କଲେ ନ୍ୟାୟ ପାଇବା ପାଇଁ | ପାର୍କିଂ କୁ ନେଇ ଦୁଇଗୋଷ୍ଠୀ ମାରପିଟ୍ ହୋଇଥିଲା ଓ ପୋଲିସ ତାଙ୍କ ପୁଅକୁ ଆରେଷ୍ଟ କଲା | ବ୍ରହ୍ମପୁର ଏସ୍ ପି ଙ୍କୁ ଭେଟିବାକୁ ଯାଇଥିଲେ ପୁଅକୁ ମୁକୁଳାଇବା ସମ୍ପର୍କରେ ଆଲୋଚନା କରିବାକୁ ମାତ୍ର ଏସ୍ ପି ଭେଟିଲେନି | ହତୋତ୍ସାହିତ ହେଇ ଏଭଳି ପଦକ୍ଷେପ ନେଲେ ମିନାକ୍ଷୀ |

ଏଥିଲାଗି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ | ବିଜେଡିର ଦୁଇଟି ଗୋଷ୍ଠୀ ମାରପିଟ୍ ରେ ସାମିଲ୍ ଥିଲେ, ତେଣୁ ପୋଲିସ୍ କାହାକୁ ସପକ୍ଷ କରିବ ସେଥିନେଇ ବୋଧେ ଦ୍ବନ୍ଦ୍ବ ଦେଖାଦେଇଥିଲା | ପୂର୍ବରୁ ମିନାକ୍ଷୀ ସାମ୍ବାଦିକ ସମ୍ମିଳନୀରେ ଆତ୍ମାହୁତି ନେଇ ସୂଚନା ଦେଇଥିଲେ | ମୋ ସରକାର ଓ ଫାଇଭ୍ ଟି କୁ ନେଇ ମଧ୍ୟ ପ୍ରଶ୍ନ କଲେ ଲେଖାଶ୍ରୀ |

ସେ ଜଣେ ବିଜେଡି ନେତ୍ରୀ, ସାଧାରଣ ଲୋକ ନୁହେଁ | ଯଦି ସେ ହତୋତ୍ସାହିତ ହେଉଛନ୍ତି ତାହାଲେ ସାଧାରଣ ଲୋକଙ୍କ କଥା କଣ କହିବା | ବିଜେଡି ନେତ୍ରୀ ଆତ୍ମାହୁତି ଦେଉଛନ୍ତି ହେଲେ ବିଜେଡି ଚୁପ୍ | କୁଆଡେ ଗଲେ ବିଜେଡିର ନାରୀ ନେତ୍ରୀମାନେ | ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ନିନ୍ଦନୀୟ | ଏହା ଉପରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ କରନ୍ତୁ |

ପରିବହନ ମନ୍ତ୍ରୀ ଗତ କାଲି ବ୍ରହ୍ମପୁର ଯାଇଥିଲେ ଏସ୍ ପି ବୋଧେ ମନ୍ତ୍ରୀଙ୍କ ସେବାରେ ବ୍ୟସ୍ତ ଥିଲେ | ମୋ ସରକାରର ଇଏ ବିଫଳତା | ପୋଲିସ୍ ଫଟୋ ସେସନ୍ ରେ ମାତିଛି | ବିଜେଡି ଏହା  ଉପରେ ଉତ୍ତର ରଖୁ | ନବୀନଙ୍କ ମହିଳା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ |

  • Tags:

Subscribe

National International State Sports Entertainment