ବାଚସ୍ପତି ବିଜେଡିର ନେତା ଭାବେ କାର୍ଯ୍ୟ କରୁଛନ୍ତି, ଧାରଣାରୁ ହଟିବା ପରେ ରାଜ୍ୟପାଳଙ୍କୁ ଭେଟିବୁ କହିଲା ବିଜେପି
Khabar Odisha:BJP-Pressmeet-after-Dharana
ଭୁବନେଶ୍ୱର, ଏପ୍ରିଲ 4 (ଖବର ଓଡିଶା) :

ଧାରଣାରୁ ହଟିଲେ ବିଜେପି ବିଧାୟକ । ଗାନ୍ଧି ମୂର୍ତ୍ତି ତଳେ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂ. ବିଜେପି ବିଧାୟକଙ୍କୁ ଭେଟବା ପରେ ଉଠିଛନ୍ତି । ରାଜ୍ୟପାଳଙ୍କୁ ଭେଟି ପାରିତ ହୋଇଥିବା ବିଧେୟକକୁ ମଞ୍ଜୁରୀ ନଦେବାକୁ ଅନୁରୋଧ କରୁବୁ ବୋଲି ସାମ୍ବାଦିକ ସମ୍ମୀଳନୀରେ କହିଛି ବିଜେପି ।

ଧାରଣାରେ ବସିଥିବା ବିଧାୟକଙ୍କୁ ଫଳରସ ପିଆଇ ଧାରଣାରୁ ଉଠାଇଛନ୍ତି ସହ ପ୍ରଭାରୀ ବିଜୟ ପାଲ ସିଂ  ରାଜ୍ୟରେ ଅଗଣତାନ୍ତ୍ରିକ ଶାସନ ଚାଲିଛିବିରୋଧିଙ୍କୁ ଏଠି କହିବାକୁ ଦିଆଯାଉନାହିଁ ବୋଲି ସେ କହିଛନ୍ତି  । ତେବେ ଧାରଣାରୁ ଉଠିବା ପରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମୀଳନୀ କରାଯାଉଛି । ସମଗ୍ର ଘଟଣା ପାଇଁ ବାଚସ୍ପତି ଦାୟୀ ବୋଲି କହିଛନ୍ତି ପ୍ରଦୀପ୍ତ ନାୟକ ।

ବାଚସ୍ପତି ଅନ୍ୟ ଚାପରେ ପଡି ବିରୋଧୀଙ୍କ କଥା ଶୁଣୁନାହାଁନ୍ତି । ଆମକୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଗଲା । ବାଚସ୍ପତି ବିଜେଡିର ନେତା ଭାବେ କାର୍ଯ୍ୟ କରୁଛନ୍ତି । ବିଜେଡି, କଂଗ୍ରେସ ପକ୍ଷ ଶୁଣାଗଲା କିନ୍ତୁ ବିଜେପିର ପକ୍ଷ ରଖିବାକୁ ଦିଆଗଲା ନାହିଁ ବୋଲି ଦୃଢ ନିନ୍ଦା କରାଯାଇଛି । ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ରାଜ୍ୟପାଳଙ୍କୁ ଭେଟି ଅଗଣତାନ୍ତ୍ରିକ ଭାବରେ ପାରିତ ହୋଇଥିବା ବିଧେୟକକୁ ମଞ୍ଜୁରୀ ନଦେବାକୁ ଅନୁରୋଧ କରିବେ ବୋଲି ବିଜେପି କହିଛି ।  

  • Tags:

Subscribe

National International State Sports Entertainment