ମାହାଙ୍ଗାରେ PMAY ଯୋଜନାକୁ ନେଇ ଡବଲ ମର୍ଡର ଘଟିଛି : ଅପରାଜିତା ଷଡ଼ଙ୍ଗୀ
Khabar Odisha:Aprajita-Sarangi-MP-Pressmeet-on-Mahanga-Murder-case
ଭୁବନେଶ୍ୱର, ଜାନୁଆରୀ 04 (ଖବର ଓଡିଶା)

ମାହାଙ୍ଗାରେ ଡବଲ ମର୍ଡର ଭଳି ଜଘନ୍ୟ ଅପରାଧ ଘଟିଛି । ଆମେ ସମସ୍ତେ ଆଶ୍ଚର୍ଯ୍ୟ ଜଗନ୍ନାଥଙ୍କ ରାଜ୍ୟରେ ଏଭଳି ଅପରାଧ କେମିତି ଘଟିଲା ।  17ଟି ରାଜନୈତିକ ହତ୍ୟା ହେଇଛି । ଗତ ପଞ୍ଚାୟତ ନିର୍ବାଚନରେ 14ଜଣ କର୍ମୀଙ୍କୁ ହତ୍ୟା ହେଇଛି । ରାଜନୈତିକ ହତ୍ୟାକାଣ୍ଡର ଶିକାର ହୋଇଥିବା ସମସ୍ତ 17 କେସରେ ବର୍ତ୍ତମାନର ସ୍ଥିତି କଣ ତାର ଅନୁସନ୍ଧାନ କରି 15 ଦିନ ଭିତରେ ଓଡିଶାବାସୀଙ୍କୁ ଜଣାଇବେ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ  ।

ଏକ ସାମ୍ବାଦିକ ସମ୍ମୀଳନୀରେ ସାଂସଦ ଅପରାଜିତା  ଷଡଙ୍ଗୀ କହିଛନ୍ତି, ଲୋକସଭା ବିଧାନସଭା ନିର୍ବାଚନରେ ମୋ ନିର୍ବାଚନ ମଣ୍ଡଳୀର ଜଣକର୍ମୀଙ୍କୁ  ହତ୍ୟା କରାଗଲା । ନିର୍ବାଚନ ଜିତିବା ପାଇଁ ଶାସକ ଦଳ ପାୱାର ପାଇଁ ହତ୍ୟାକାଣ୍ଡ ଭିଆଉଛନ୍ତି । ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ବିଫଳ । ଗୃହ ବିଭାଗ କାହା ହାତରେ ଆମେ ଜାଣିଛୁ । ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ବିଭାଗ କଣ ଏଯାଏ ସକ୍ରିୟ ହୋଇନି ମାହାଙ୍ଗାରେ PMAY ଯୋଜନାକୁ ନେଇ ହତ୍ୟାକାଣ୍ଡ ଘଟିଛି । ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ନାଁକୁ ହଡପ କରିବାକୁ ଉଦ୍ୟମ କରାଯାଉଛି  । ଏନେଇ ମୁଁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରିବି । ଓଡିଶା କଣ ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି କି ?

ଓଡ଼ିଶାରେ ମୋଟ ଅପରାଧର ଦଣ୍ଡ ହାର 5.7% ଥିବା ବେଳେ ମିଜୋରାମ ରେ 93.5%  । ନାରୀ ନିର୍ଯ୍ୟାତନାରେ ଆମ ରାଜ୍ୟ NCRB ରିପୋର୍ଟ ଅନୁଯାୟୀ ଦ୍ୱିତୀୟରେ । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 91.3 ପ୍ରତିଶତ ନାରୀ ନିର୍ଯ୍ୟାତନା କେସ । ଆମ ରାଜ୍ୟରେ ଦଣ୍ଡହାର ମାତ୍ର 8.3%

ରାଜ୍ୟରେ ସାଇବର ଅପରାଧ ବଢ଼ି ବଢ଼ି ଚାଲିଛି ।  2018 ଅପେକ୍ଷା 2019ରେ ଓଡିଶାରେ ଚାଇଲ୍ଡ ପ୍ରନଗ୍ରାଫି 76% ବଢିଛି  । ଏଭଳି ଘଟଣା 542ଟି ଘଟିଛି ଯାହାକି ସାରା ଦେଶରେ ପ୍ରଥମ ।

  • Tags:

Subscribe

National International State Sports Entertainment