ଶ୍ରୀନଗର: ଜମ୍ମୁ କଶ୍ମୀର ବିଧାନସଭା ପାଇଁ ୨ଟି ପର୍ଯ୍ୟାୟରେ ମତଦାନ ସରିଛି। ଆସନ୍ତା ୧ ତାରିଖ ଦିନ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ପ୍ରଚାର ଜୋରଦାର ଜାରି ରହିଛି। ଭାରତୀୟ ଜନତା ପାର୍ଟି ଆଜି ଜମ୍ମୁ ଅଞ୍ଚଳରେ ପ୍ରଚାରକୁ ତୀବ୍ର କରୁଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୫ଟି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ଟି ରାଲିରେ ଯୋଗଦେବେ।
ଜମ୍ମୁରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଆଜି ୫ଟି ନିର୍ବାଚନୀ ରାଲି କରିବେ। ପ୍ରଥମ ରାଲି ଚନୌନୀରେ ପୂର୍ବାହ୍ଣ ସାଢ଼େ ୧୦ଟାରେ ହେବ। ଏହା ପରେ ସେ ଉଦ୍ଦମପୁର ପଶ୍ଚିମ ବିଧାନସଭାରେ ପ୍ରଚାର କରିବେ। ବନୀ ଓ ଜସରୋଟା ପରେ ଅପରାହ୍ଣ ସାଢ଼େ ୪ଟାରେ ମଢ଼ ଅଞ୍ଚଳରେ ଶ୍ରୀ ଶାହ ରାଲି କରିବେ।
ଯୋଗୀ ଆଦିତ୍ୟନାଥ ଗୁରୁବାର ମଧ୍ୟାହ୍ଣ ୧୨ଟାରେ ଜମ୍ମୁର ଛମ୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ଏହା ପରେ ସେ ଅପରାହ୍ଣ ୧ଟା ୩୦ରେ ରାମଗଡ଼ ବିଧାନସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ତୃତୀୟ ରାଲି ସେ ଦକ୍ଷିଣ ଜମ୍ମୁରେ କରିବେ। ଏହା ଅପରାହ୍ଣ ୩ଟାରେ ଅନୁଷ୍ଠିତ ହେବ। ତିନିଟି ରାଲିରେ ଯୋଗଦେଲା ପରେ ଯୋଗୀ ଅପରାହ୍ଣ ୬ଟାରେ ଲକ୍ଷ୍ନୌ ଅଭିମୁଖେ ଫେରିବେ।
ଶାହ ଓ ଯୋଗୀଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନୀ ଗୁରୁବାର ଜମ୍ମୁରେ ୨ଟି ରାଲିରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଜମ୍ମୁ କଶ୍ମୀରରେ ନିର୍ବାଚନ ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁରେ ଶନିବାର ଦିନ ରାଲିକୁ ସମ୍ବୋଧିତ କରିବେ।
ଅଧିକ ପଢ଼ନ୍ତୁ: ରିଆସିରେ ରେକର୍ଡ ମତଦାନ କଲେ ଭୋଟର