ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସମ୍ବଲପୁର ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ କୁ ଅଚାନକ ଗସ୍ତ କରିଥିଲେ l ଏହି ଗସ୍ତ ସମୟରେ କର୍ମଚାରୀ ମାନଙ୍କୁ କିଏ କେଉଁ ବିଭାଗର ଦାୟିତ୍ୱରେ ଅଛନ୍ତି ସେନେଇ ପ୍ରଶ୍ନ କରିଥିଲେ । ଏହାସହ ସାଧାରଣ ଲୋକଙ୍କୁ ଉତ୍ତମ ସେବା ବଦଳରେ ଲୋକଙ୍କ ଠାରୁ ଟଙ୍କା ନେବା କୁ ନିର୍ବୃତ୍ତ ରହିବା ପାଇଁ ତାଗିଦ ମଧ୍ୟ କରିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ l
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ରେ ପାର୍ଟ ପ୍ଲଟ ବିକ୍ରି ବନ୍ଦ ଥିବା ଯୋଗୁଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ତାଙ୍କ ପାଖକୁ ଅଭିଯୋଗ ଆସିଛି l ଏଥିପାଇଁ ମନ୍ତ୍ରୀ ଡିଏସଆର ଏବଂ ଜିଲ୍ଲାପାଳ ଓ ଏସଡିଏ ଙ୍କୁ ମିଶି ଏହି ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି l ଏହାସହ କାମ ନଥାଇ ସବୁବେଳେ ଅଫିସକୁ ଆସିଲେ ସେମାନଙ୍କୁ ଦଲାଲ କୁହାଯିବ ତେଣୁ ସିସିଟିଭି ଆଧାରରେ ସେମାନଙ୍କ ଫଟୋ ଚିହ୍ନଟ କରି ଅଫିସ କାନ୍ଥରେ ଲଗାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l
ଆହୁରି ମଧ୍ଯ ମନ୍ଦ ଉଦ୍ଦେଶ୍ଯ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କାର୍ଯ୍ଯାନୁଷ୍ଠାନ ନେବା ନେଇ ପ୍ରତିଶୃତି ଦେଇଛନ୍ତି l ଏହାସହ କାର୍ଯ୍ଯାଳୟକୁ ରେଜଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ଯାକ ନେବା ପାଇଁ ମନ୍ତ୍ରୀ ଡିଏସଆରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |