ସୁର କହିଲେ ପରୀ ପ୍ରସଙ୍ଗରୁ କାହିଁକି ଦୁରେଇ ଗଲା କଂଗ୍ରେସ
Khabar Odisha:Sura-Routrays-Statement-on-Pari-Murder-Case

ଭୁବନେଶ୍ୱର : ନୟାଗଡର ପରୀ ହତ୍ୟା ଘଟଣାକୁ ନେଇ ଚାଲିଥିଲା ତୁମ୍ବି ତୋଫାନ । ବିରୋଧି ବିଜେପି ଶାସକ ବିଜେଡିକୁ ଘେରି ଥିବା ବେଳେ ସୁରକ୍ଷା ଦେବାକୁ ଆଗେଇ ଆସିଥିଲା କଂଗ୍ରେସ । କଂଗ୍ରେସର ନେତା ଚାହୁଁ ନଥିଲେ ଶାସକ ବିଜେଡି ଦଳ ପରୀ ହତ୍ୟାକାଣ୍ଡକୁ ନେଇ ଅଡୁଆରେ ପଡୁ ।

ଏକଥା ଆଉ କେହି ନୁହେଁ ବରଂ ଖୋଦ୍ କଂଗ୍ରେସର ବରିଷ୍ଠ ନେତା ଜଟଣୀ ବିଧାୟକ ସୁର ରାଉଥରାୟ କହିଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ ନେତା ଦବି ଯିବାରୁ ଆମେ ଦବି ଯାଇଥିଲୁ କିନ୍ତୁ ପରୀ ପାଇଁ ଆମ ମନରେ କଷ୍ଟ ଅଛି । ଏସଆଟି ତଦନ୍ତରେ ଆମେ ସନ୍ତୁଷ୍ଟ ନୋହୁଁ । 

ଦଳର ଗୁମର ଖୋଲି ଏହି ବରିଷ୍ଠ ନେତା କହିଛନ୍ତି ଯେ, ଆମ ନେତା ଯାହା କହିଲେ ଆମେ ସେୟା କଲୁ ସୂଚନା ଯୋଗ୍ୟ ଯେ ପରୀର ପିତାମାତା ହତ୍ୟାକାରୀକୁ ଦଣ୍ଡ ଦେବା ପାଇଁ ହାରି ଗୁହାରି କରି କୋଉଠୁ ନ୍ୟାୟ ନପାଇବା ଫଳରେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ବିଧାନସଭା ଭିତରକୁ ଏହି ମାମଲା ପଶିଥିଲା । ବିରୋଧି ବିଜେପି ଦଳ ଯୋରଦାର ବିରୋଧ କରିବା ଦେଖି କଂଗ୍ରେସ ବି ସାଶକ ଦଳକୁ ଘେରି ଥିଲା ।

କିନ୍ତୁ କଂଗ୍ରେସ ତାର ବିରୋଧର ସ୍ୱରକୁ ବେଶି ସମୟ ରଖି ପାରିନଥିଲା । ଶାସକ ଦଳ ଅଡୁଆରେ ପଡୁଥିବା ଦେଖି କଂଗ୍ରେସର ନେତା ମାନେ ଭିନ୍ନ ପ୍ରସଙ୍ଗ ଉଠାଇଲେ ଓ ପରୀ ପ୍ରସଙ୍ଗକୁ ନେଇ ନିଜ ଆଭିମୁଖ୍ୟ ବଦଳାଇ ଦେଲେ । ମଉକା ଦେଖି ସାଶକ ବିଜେଡି ବିଧାନସଭା ଅଧିବେଶନ ମାସେ ପୂର୍ବରୁ ମୁଲତବି ଘୋଷଣା କରି ବିରୋଧିଙ୍କ ଚକ୍ର ବିହ୍ୟୁରୁ ଖସିବାକୁ ସମର୍ଥ ହେଲେ ।

  • Tags:

Subscribe

National International State Sports Entertainment