ଅପରେସନ୍ ‘ଅର୍ଣ୍ଣବ୍‌’: ମୁମ୍ବାଇ ପୋଲିସ୍‌ର ସବୁଠାରୁ ଗୁପ୍ତ ଅପରେସନ୍‌
Khabar Odisha:Operation-Arnab7-The-most-secret-operation-of-Mumbai-Police

ନୂଆଦିଲ୍ଲୀ : ଜଣେ ସାମ୍ବାଦିକକୁ କୌଣସି ବଡ କୁଖ୍ୟାତ ଆତଙ୍କବାଦୀ ଭଳି ଗିରଫ କରିବା ପାଇଁ ଯେ ପ୍ରକୃତରେ ଏକ ସୁଚିନ୍ତିତ ଅପରେସନ୍ ର ଆବଶ୍ୟକତା ହେବ ତାହା ହୁଏତ ଜଣେ ସାଧାରଣ ଲୋକର କଳ୍ପନା ବାହାରେ ଥିଲା । କିନ୍ତୁ ଏମିତି କିଛି କରି ଦେଖାଇଛି ମୁମ୍ବାଇ ପୋଲିସ୍ ।

ବୁୁଧବାର ରିପ୍ଲବିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ୍ ଗୋସ୍ୱାମୀଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ୍ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅର୍ଣ୍ଣବଙ୍କୁ ଗିରଫ କରିବା ପାଇଁ ମହାରାଷ୍ଟ୍ର ପୋଲିସ୍ ରୀତିମତ୍ ଏକ ସ୍ୱତନ୍ତ୍ର ଅପରେସନ୍ ଚଳାଇଥିଲା । 

ଏନସିପି ନେତା ଅନିଲ୍ ଦେଶମୁଖଙ୍କ ନେତୃତ୍ୱରେ ଗୃହ ବିଭାଗ ଅର୍ଣ୍ଣବ ଗୋସ୍ୱାମୀ ଗିରଫ ପାଇଁ କୋଙ୍କେଣ ରେଞ୍ଜ ଆଇଜି ସଞ୍ଜୟ ମୋହିତେଙ୍କ ନେତୃତ୍ୱରେ ୪୦ ଜଣ ପୁଲିସକର୍ମଚାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଥିଲା ।

ସବୁଠାରୁ ବଡ କଥା ହେଲା ଏହି ‘ଅପରେସନ୍ ଅଣ୍ଣବ୍‌’କୁ ଏତେ ଗୁପ୍ତ ଭାବରେ ସମାପ୍ତ କରାଯାଇଥିଲା ଯେ ହୁଏତ ଏହା ମହାରାଷ୍ଟ୍ର ପୋଲିସ୍ ର ସବୁଠାରୁ ଗୁପ୍ତ ଅପରେସନ୍ ମଧ୍ୟରୁ ଗୋଟିଏ ହେବ ।

ମହାରାଷ୍ଟ୍ର ପୋଲିସ୍ ଯେ କେତେ ଦକ୍ଷ ତାହା ପୁରା ଦେଶ ବାସୀଙ୍କୁ ଜଣା । ଆଉ ତାଙ୍କ ପାରିବା ପଣିଆର ତ ଅନେକ ସମୟରେ ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ହୁଏ । ତେବେ ସବୁଠାରୁ ଅଧିକ ଚର୍ଚ୍ଚା ମହାରାଷ୍ଟ୍ର ପୋଲିସ୍ ର ହୋଇଥିଲା ଅଭିନେତା ଶୁଶାନ୍ତ ସିଂ ଙ୍କ ମୃତ୍ୟୁ ମାମଲାରେ ।

ସେବେଠାରୁ ହୁଏତ ମହାରାଷ୍ଟ୍ର ପୋଲିସ୍ ଅର୍ଣ୍ଣବଙ୍କୁ ଗିରଫ କରିବାର ଯୋଜନା ବା ଏହି ଅପରେସନ୍ ଅର୍ଣ୍ଣବର ଚିନ୍ତା କରିଆସୁଥିଲା । ଏବଂ ଏହାପରେ ବର୍ତମାପ ୨ବର୍ଷ ପରେ ଜଣେ ଇରେ୍‌ଟରିୟର ଡିଜାଇନର୍ ଅନଭୟେ ନାୟକଙ୍କ ମୃତ୍ୟୁ ମାମଲା କୁ ପୁଣି ରିଓପନ୍ କରି ବୁଧବାର ରିପ୍ଲବିକ୍ ମିଡିଆ ନେଟ୍‌ଓ୍‌ବର୍କର ସମ୍ପାଦକ ଅର୍ଣ୍ଣବ୍ ଗୋସ୍ୱାମୀଙ୍କୁ ରିରଫ କରିବାରେ ସଫଳ ହୋଇପାରିଛି ।

ଏହାପରେ ମୁମ୍ବାଇ ପୋଲିସ୍ ର ଏହି ଆକ୍ରୋଶମୂଳକ ପଦକ୍ଷପକୁ ନେଇ ପୁରା ଦେଶରେ ଚର୍ଚ୍ଚା ଗୋର ଧରିଛି । ଏବଂ ଅନେକ ମହଲରୁ ଏହାକୁ ନିନ୍ଦା ମଧ୍ୟ କରାଯାଇଛି ।

  • Tags:

Subscribe

National International State Sports Entertainment