ନୂଆଦିଲ୍ଲୀ: ଭିଏତନାମର ଫୁ କ୍ୱୋକ୍ ଦୀପ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବୋଟ୍ ବୁଡ଼ି ଯାଉଛି । ଫଳରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ରୟଟର୍ସର ସୂଚନା ଆଧାରରେ, ଉକ୍ତ ବୋଟରେ ମୋଟ ୩୬ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ, ୩ ଜଣ କ୍ର୍ୟୁ ମେମ୍ବର ଏବଂ ଜଣେ ଆଣ୍ଟେଣ୍ଡାଣ୍ଟ୍ ସାମିଲ ଥିଲେ । ବୋଟଟି ହୋନ୍ ମେ ରୁଟ୍ ଦ୍ୱୀପରୁ ଏନ୍ ଥାଇ ପୋର୍ଟ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଉପକୂଳରେ ପହଁଚିବାକୁ ଆଉ ମାତ୍ର ୪୦୦ ମିଟର୍ ଦୂର ଥିଲା । କିନ୍ତୁ କୂଳରେ ଲାଗିବା ପୂର୍ବରୁ ହଠାତ ବୋଟଟି ବୁଡ଼ିଯାଇଥିଲା । ଏହା ପରେ ତୁରନ୍ତ ତଟରକ୍ଷା ବାହିନୀ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଥିମଧ୍ୟରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି ।
ଭିଏତନାମ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ୍ସ ହ୍ୟାଣ୍ଡରେ ସୂଚନା ଦିଆଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ପୀଡ଼ିତ ପରିବାର ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ପୀଡ଼ିତ ପରିବାର +୮୪୩୬୨୮୧୭୯୩୦, +୮୪୯୧୫୫୨୩୭୧୪ ଏବଂ +୮୪୩୩୪୫୨୦୪୧୪ ନମ୍ବର ଜାରି ହୋଇଛି । ସେହିପରି ଏକ କଣ୍ଟ୍ରୋଲ ରୁମ୍ (+୮୪୯୧୩୦୮୯୧୬୫) ଖୋଲାଯାଇଛି । କୌଣସି ବି ସୂଚନା ପାଇବାକୁ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବୋଟଟି କେମିତି ବୁଡ଼ିଲା ତାହାର ଯାଞ୍ଚ ଚାଲିଛି । ଫୁ କ୍ୱୋକ୍ ଦ୍ୱୀପ ଭିଏତନାମର ସବୁଠାରୁ ଦ୍ୱୀପ । ଗତ କିଛି ବର୍ଷ ହେବ ଏଠାକୁ ପ୍ରବଳ ମାତ୍ରାରେ ଭାରତୀୟ ପର୍ଯ୍ୟଟକ ଆସୁଥିଲେ ।