ନୂଆଦିଲ୍ଲୀ: ଅଭିନେତା ତଥା ରାଜନେତା କମଲ ହାସନ ରାଜ୍ୟସଭାରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି । କମଲ ହାସନ ରାଜ୍ୟସଭା ସାଂସଦ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ଉପାଧ୍ୟକ୍ଷ ହରିବଂଶଙ୍କ ଉପସ୍ଥିତିରେ ସେ ତାମିଲ ଭାଷାରେ ଶପଥ ଗ୍ରହଣଥିବା ଦେଖିବାକୁ ମିଳିଛି ।
କମଲ ହାସନ ମକ୍କଲ ନୀଧି ମୈଅମ (ଏମ୍ଏନ୍ଏମ୍) ଦଳର ଅଧ୍ୟକ୍ଷ ଅଟନ୍ତି । ସେ ଡିଏମକେ ସହିତ ମେଣ୍ଟ କରି ଗତ ଜୁନରେ ରାଜ୍ୟସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ।
୧୯୫୪ ନଭେମ୍ବର ୭ରେ ଜନ୍ମ ଗ୍ରହଣ କରିଥିବା କମଲ ହାସନ ସାଉଥ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ତାମିଲ, ତେଲୁଗୁ, ମାଲାୟାଲାମ୍, ହିନ୍ଦୀ ଏବଂ କନ୍ନଡ଼ ସିନେମାରେ ଅଭିନୟ କରିଛନ୍ତି । ନିଖୁଣ ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଛନ୍ତି । ସେହିପରି ୨୦୦୪ରେ ସେ ପଦ୍ମ ଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ।