ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ହରିଦ୍ୱାରରୁ ଜୟପୁରକୁ ଫେରୁଥିବା ସମୟରେ ଏକ ବସ ଏକ୍ସପ୍ରେସୱେରୁ ତଳକୁ ଖସିପଡିଛି । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଆଜି ପ୍ରାୟ ସକାଳ ୫ଟା ସମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ହରିଦ୍ୱାରରୁ ଜୟପୁରକୁ ଫେରୁଥିଲେ । ଏହି ସମୟରେ ବସଟି ଡିଭାଇଡର ଭାଙ୍ଗି ୧୦ ଫୁଟ ତଳକୁ ଖସିପଡିଥିଲା । ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏନେଇ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଏବଂ ପୋଲିସକୁ ସୂଚନା ଦେବା ସହ ଆହତ ମାନଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।