ନୂଆଦିଲ୍ଲୀ: ଭାରତ ଯେଉଁଠି ସବୁବେଳେ ଶାନ୍ତିର ବାର୍ତ୍ତା କରୁଛି ସେଇଠି ଅଶାନ୍ତି ସୃଷ୍ଟି ପାକିସ୍ତାନ ଗୋଟିଏ ବି ମଉକା ହାତ ଛଡ଼ା କରୁ ନାହିଁ । ବାରମ୍ବାର ଭାରତର ଧୈର୍ଯ୍ୟ ପରୀକ୍ଷା କରୁଛି ପଡ଼ୋଶୀ ରାଷ୍ଟ୍ର । ଲଣ୍ଡନରେ ଥିବା ପାକିସ୍ତାନ ଉଚ୍ଚ ଆୟୋଗ ସମ୍ମୁଖରେ ପ୍ରବାସୀ ଭାରତୀୟ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ କରୁଥିବାବେଳେ ପାକ୍ ଅଧିକାରୀ ବେକ କାଟି ଦେବାକୁ ଇଶାରାରେ କହିଛନ୍ତି ।
ଲଣ୍ଡନସ୍ଥିତ ପାକିସ୍ତାନ ଉଚ୍ଚ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀ ଭାରତୀୟ ପହଲଗାମ ଆକ୍ରମଣର ବିରୋଧ କରି ଶାନ୍ତି ପୂର୍ଣ୍ଣ ବିକ୍ଷୋଭ କରୁଥିଲେ । ଏହି ସମୟରେ ପାକିସ୍ତାନୀ ଅଧିକାରୀମାନେ ବାହାରେ ଛିଡ଼ା ହୋଇଥିଲେ । ପାକିସ୍ତାନୀ ସେନା ଏବଂ ବାୟୁସେନା ପରାମର୍ଶଦାତା କର୍ଣ୍ଣେଲ୍ ତୈମୁର ରାୱତ ହାତରେ ଭରତର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ହାତରେ ଧରି ଛିଡ଼ା ହୋଇଥିଲେ । ଯେଉଁଥିରେ ଲେଖାଥିଲା ଚା’ ବହୁତ ଭଲ (Chai is Fantastic) । ଏହା ସହିତ ସେ ପ୍ରବାସୀ ଭାରତୀୟଙ୍କୁ ଇସାରା କରି କହିଥିଲେ ଯେ ବେକ କାଟିଦେବେ । ଯାହାକୁ ତୀବ୍ର ନିନ୍ଦା କରାଯାଉଛି ।
ୟୁକେ ଭାରତୀୟ ଜୀଉସ୍ କମ୍ୟୁନିଟିର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସଦସ୍ୟ ହାତରେ ପ୍ଲା କାର୍ଡ ଏବଂ ତ୍ରିରଙ୍ଗା ଧରି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିଥିଲେ । ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣକୁ ସମର୍ଥନ କରୁଥିବା ନାରା ଦେଇଥିଲେ । ୟୁକେ ସରକାରଙ୍କ କୂଟନୈତିକ ପଦକ୍ଷେପ ନେବାକୁ ଦାବି କରିଥିଲେ ।