ଏନସିଆରର ଏକ ଫାର୍ମ ଉପରେ ଚଢ଼ାଉ, ୩୦୦୦ କୋଟି ଟଙ୍କା କଳାଧନର ହେଲା ଖୁଲାସା
Khabar Odisha:national-odisha-ncr-based-real-estate-group-admits-to-rs-3000-crore-black-money-after-i-t-raids
ନୂଆଦିଲ୍ଲୀ, ଡିସେମ୍ବର୦୨(ଖବର ଓଡ଼ିଶା):

ଏନସିଆରର ଏକ ରିୟଲ ଏଷ୍ଟେଟ ଗ୍ରୁପ ତିନି ହଜାର କୋଟି ଟଙ୍କାରୁ ଅଧିକ ବେନାମୀ ସଂପତ୍ତି ରଖିଥିବା ସ୍ଵୀକାର କରିଛି। ସୋମବାର ସିବିଡିଟି(ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ) ଏହି ସୂଚନା ଦେଇଛି।

କିନ୍ତୁ ସିବିଡିଟି ନିଜର ବୟାନରେ ଫାର୍ମର ନାମ ଖୁଲାସା କରି ନାହିଁ। ସରକାରୀ ସୂତ୍ର ଅନୁଯାୟୀ ଏହି ଫାର୍ମ ଓରିଏଣ୍ଟାଲ ଇଣ୍ଡିଆ ଗ୍ରୁପର ହୋଇଥାଇପାରେ। ଗତ ସପ୍ତାହରେ ଗ୍ରୁପର ୨୫ଟି ଜାଗାରେ ଚଢ଼ାଉ କରାଯାଇଥିଲା। ଏହି ଗ୍ରୁପ ଇନଫ୍ରାଷ୍ଟ୍ରକଚର, ମାଇନିଂ ଓ ରିୟଲ ଏଷ୍ଟେଟ ବ୍ୟବସାୟରେ ସକ୍ରିୟ ଅଛି।

ବୟାନରେ କୁହାଯାଇଛି ଯେ, କ୍ୟାସ ଲେଜରରେ ପ୍ରାୟ ୨୫୦ କୋଟି ଟଙ୍କା କଳାଧନ ଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଏହାକୁ ଜବତ କରାଯାଇଛି। ଏହି ଗ୍ରୁପ ଅନେକ ସଂପତ୍ତି ନେଣଦେଣରେ ମଧ୍ୟ ଟ୍ୟାକ୍ସ ପୈଠ କରି ନାହିଁ। ପ୍ରାୟ ୩.୭୫ କୋଟି ଟଙ୍କାର ବେନାମୀ ସଂପତ୍ତି ଜବତ କରାଯାଇଛି। ଏହି ଗ୍ରୁପ ପ୍ରାୟ ୩୦୦୦ କୋଟି ଟଙ୍କାର କଳାଧନ ଥିବା ସ୍ଵୀକାର କରିଛି। ଏହା ସହିତ ଉକ୍ତ ଧନ ଉପରେ ଟ୍ୟାକ୍ସ ପୈଠ କରିନଥିବା ମଧ୍ୟ କହିଛି। ଚଢ଼ାଉରେ ଗ୍ରୁପର ୩୨ ବ୍ୟାଙ୍କ ଲକର ସିଲ୍ କରାଯାଇଛି।

Subscribe

National International State Sports Entertainment