ନୂଆଦିଲ୍ଲୀ: ଆସନ୍ତାକାଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋ ବାୟୁବଳୀ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି । ରବିବାର ଅପରାହ୍ନ ୫ଟା ବାଜି ୨୬ ମିନିଟ ସମୟରେ ଶ୍ରହରିକରୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଲଞ୍ଚ ଭେହିକଲ୍ ମାର୍କ-୩ (ଏଲଭିଏମ୍୩)ର ଏଲଭିଏମ୍୩-ଏମ୍୫ ଉପଗ୍ରହକୁ ଉତକ୍ଷେପଣ କରାଯିବ । ଏଥିରେ ଭାରତର ସବୁଠାରୁ ଶକ୍ତିଶାଳୀ ସଂଚାର ଉପଗ୍ରହ 'ସିଏମ୍ଏସ୍-୦୩'କୁ ମହାକାଶକୁ ପଠାଯିବ । ଯାହା ଆଗାମୀ ଦିନରେ ଭାରତୀୟ ନୌସେନା ଶକ୍ତି ଯୋଗାଇବ । ଅପରେସନ ସିନ୍ଦୂର ଭଳି ଯୁଦ୍ଧ ସମୟରେ ଏହା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ଏହି ଉପଗ୍ରହ ଭାରତୀୟ ଉପମହାଦୀପ ଏବଂ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ ମହାସାଗରୀୟ କ୍ଷେତ୍ରର ମଲ୍ଟି ବ୍ରାଣ୍ଡ ସଂଚାର ସେବା ପ୍ରଦାନ କରିବ ।
ଏଲଭିଏମ୍୩-ଏମ୍୫ ସମ୍ପୃର୍ଣ୍ଣ ପ୍ରସ୍ତୁତ ରହିଛି । ଅକ୍ଚୋବର ୨୬ରେ ଏହି ଉପଗ୍ରହକୁ ସଫଳତାର ସହିତ ଲଞ୍ଚପ୍ୟାଡ଼ରେ ସ୍ଥାପନ କରାଯାଇଥିଲା । ଏହି ସ୍ୱଦେଶୀ ଓଜନିଆ-ଲିଫ୍ଟ ଲଞ୍ଚରର ଉଚ୍ଚତା ୪୩.୫ ମିଟର, ଯାହା ଏକ ୧୫ ମହଲା କୋଠା ସହିତ ସମାନ। ଉତ୍ତୋଳନ ସମୟରେ ଏହାର ଓଜନ ୬୪୨ ଟନ୍, ଯାହା ୧୫୦ଟି ପୂର୍ଣ୍ଣବୟସ୍କ ଏସୀୟ ହାତୀର ଓଜନ ସହିତ ସମାନ।
ଭାରତୀୟ ନୌସେନା ପାଇଁ ଏଲଭିଏମ୍୩ ବହନ କରୁଥିବା ଉପଗ୍ରହକୁ କମ୍ୟୁନିକେସନ୍ ସାଟେଲାଇଟ୍ ମିଶନ୍-୩ ବା 'ସିଏମ୍ଏସ୍-୦୩' କୁହାଯାଏ । ଯାହାକୁ ସାମୁଦ୍ରିକ ପ୍ରତିରକ୍ଷା ଯୋଗାଯୋଗ ପାଇଁ ବ୍ୟବହାର କରାଯିବ । ଏହା ଆଗାମୀ ୭ ବର୍ଷ ଯାଏ କାମ କରିବ । ବିଶେଷ କରି ସାମୁଦ୍ରିକ ଅଞ୍ଚଳକୁ କଭର୍ କରିବ । ଏଥିରେ ଇଣ୍ଟରନେଟ୍, ଭିଡ଼ିଓ କନଫରେନ୍ସିଂ ଏବଂ ସୁରକ୍ଷିତ ଭାବେ ଡାଟା ଟ୍ରାନ୍ସଫର୍ କରିବା ଭଳି ସୁବିଧା ରହିଛି । ଏହା ଏକ ଅନେକ ରେଡ଼ିଓ ତରଙ୍ଗ ଉପରେ କାମ କରିବ । ଏହାର ଓଜନ ୪,୪୦୦ କିଲୋଗ୍ରାମ । ଏହା ଭାରତରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥକୁ (ଜିଟିଓ) ପ୍ରକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ହେବ । ଜିଟିଓ ଏକ ଏପରି କକ୍ଷପଥ ଯେଉଁଠାରେ ଉପଗ୍ରହ ଗୁଡ଼ିକ ଅତି ସହଜରେ ଜିୟୋସ୍ଟେଶନାରୀ ଅର୍ବିଟରେ ପହଁଚିଥାଏ । ଏହା ପୃଥବୀ ଉପରେ ନିରନ୍ତର ଘୂରି ବୁଲୁଥାଏ ଏବଂ ସମ୍ପର୍କ ରଖିଥାଏ ।
ସିଏମ୍ଏସ୍-୦୩ ଉପଗ୍ରହ ଜିସ୍ୟାଟ୍-୭ କିମ୍ବା ରୁକ୍ମିଣୀ ଉପଗ୍ରହର ସ୍ଥାନ ନେବ, ଯାହା ୨୦୧୩ ମସିହାରୁ ଭାରତୀୟ ନୌସେନା ପାଇଁ ସେବା ଯୋଗାଇ ଆସୁଛି । ଏହା ନୌସେନା ପାଇଁ ଯୋଗାଯୋଗରେ ସହାୟକ ହେବ । ଯେଉଁଠି ନୌସେନା ସମୁଦ୍ର ଗର୍ଭରେ ଦୂରକୁ ଯାତ୍ରା କରୁଛି, ଏବଂ ସିଗନ୍ନାଲ ପହଁଚି ନ ଥାଏ, ସେଠାରେ ଯୋଗାଯୋଗ କରିବାକୁ ନୌସେନାକୁ ସିଏମ୍ଏସ୍-୦୩ ସିଗ୍ନାଲ୍ ଯୋଗାଇବାରେ ସହାୟକ ହେବ ।
'ବାହୁବଳୀ ରକେଟ୍' ଏଲଭିଏମ୍୩
ଏଲଭିଏମ୍୩ ଇସ୍ରୋର ସବୁଠାରୁ ଶକ୍ତିଶାଳୀ ଉପଗ୍ରହ ଅଟେ । ଯେଉଁଥିପାଇଁ ତାଙ୍କୁ 'ବାହୁବଳୀ ରକେଟ୍' ନାମରେ ମଧ୍ୟ ନାମିତ କରାଯାଇଛି । ଏହି ରକେଟ୍ ଓଜନିଆ ବସ୍ତୁକୁ ମହାକାଶକୁ ନେବାରେ ବିଶେଷ ସହାୟକ ହେବ । ଏହା ପୂର୍ବରୁ ୪ଟି ଶତ ପ୍ରତିଶତ ସଫଳ ଉତକ୍ଷେପଣ ହୋଇସାରିଛି । ଏଲଭିଏମ୍୩ର ଏହା ପଞ୍ଚମ ଉତକ୍ଷେପଣ ଅଟେ । ଶେଷ ଥର ପାଇଁ ଏଲଭିଏମ୍୩ରୁ ଚନ୍ଦ୍ରଯାନ-୩ ର ଉତକ୍ଷେପଣ କରାଯାଇଥିଲା । ଯାହାକି ଚନ୍ଦ୍ରପୃଷ୍ଠ ଦକ୍ଷିଣରେ ସଫଳତାର ସହିତ ଲ୍ୟାଣ୍ଡିଂ କରିଥିଲା ।