ରାଜସ୍ଥାନରେ ଏକ ଅଭାବନୀୟ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଗାଡି ଚଢ଼ିଯିବା ଫଳରେ ୫ଜଣ ଗୁରୁତର ଆହତ ହୋଇଛନ୍ତି । କିନ୍ତୁ ଗାଡି ଚଢ଼ିବାର କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗାଡି ଚଳାଉଥିବା ଡ୍ରାଇଭର ଗାଡି ଚଲାଉଥିବାବେଳେ ହୃଦଘାତର ଶିକାର ହୋଇଥିଲେ । ଯାହାଫଳରେ ଚଳନ୍ତା ଗାଡିରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଏହି ସମୟରେ ରାସ୍ତାରେ ଏକ ଶୋଭାଯାତ୍ରା ହେଉଥିଲା । ହୃଦଘାତ ହେତୁ ଗାଡି ଶୋଭାଯାତ୍ରାରେ ଥିବା ବ୍ୟକ୍ତି ମାନଙ୍କ ଉପରେ ଚଢ଼ିଯାଇଥିଲା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଜମେରକୁ ପଠାଯାଇଛି। କିନ୍ତୁ ଗାଡିର ଡ୍ରାଇଭର ଇଶାକଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି । ଦୁର୍ଘଟଣା ସମୟରେ ଡ୍ରାଇଭର ଜଣଙ୍କ ଏକ ବୋଲେରୋ ଚଲାଉଥିଲେ । ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି ।
ଅଧିକ ପଢନ୍ତୁ : ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲା ମା’